-
ବିଚାରପତିଙ୍କ ମୃତ୍ୟୁ ଘଟଣା
-
ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା – ଡିସିପି
କଟକ, ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ରହସ୍ୟ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର ।
ସେ କହିଛନ୍ତି, ମର୍କତନଗର ଥାନା ପୁଲିସ ଦଫା ୩୦୨, ୨୯୪, ୩୨୩, ୩୪ରେ ଏକ ମାମଲା(କେସ୍ ନଂ ୧୬୦) ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲୁଛି । ଉଲ୍ଲେଖନୀୟ ଯେ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା କରିବାର ଅଭିଯୋଗ ଆସିଥିଲା । ଏହା ପରେ ସୁବାସଙ୍କ ମା ତୁଳସୀ ବିହାରୀ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାଟି ନୂଆ ମୋଡ ନେଇଛି । ତାଙ୍କର ମା ଅଭିଯୋଗ କରିଛନ୍ତି ଯେ ସୁବାସଙ୍କ ପତ୍ନୀ ଓ ଶଳା ସୁବାସଙ୍କୁ ହତ୍ୟା କରି ଟାଙ୍ଗୀଦେଇଥିବା ଅଭିଯୋଗ କରିଛନ୍ତି ।