
ଗଂଜାମ, ଗଂଜାମ ଜିଲା ବ୍ରହ୍ମପୁର ରୁବି ଆଇ ହସପିଟାଲ ପକ୍ଷରୁ ଜାତୀୟ ଚକ୍ଷୁଦାନ ପକ୍ଷ ଓ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ବହୁ ଡାକ୍ତର, ସମାଜସେବୀ, ଗଣମାଧ୍ଧମ ପ୍ରତିନିଧି ଓ ମହିଳା ଅଂଶଗ୍ରହଣ କରିଥିଲେ। ପ୍ରଫେସର ବି.ଏନ. ଆର. ସୁବୁଦ୍ଧି, ପ୍ରଫେସର ନାରାୟଣ ମିଶ୍ର, ଡାକ୍ତର ପ୍ରବୀଣ କୁମାର ସୁବୁଦ୍ଧି, ଡାକ୍ତର ଜୟନ୍ତ କୁମାର, ଡାକ୍ତର ହୃଷୀକେଶ ମହାନ୍ତି, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଡାକ୍ତର ସାଗର ରଂଜନ ତ୍ରିପାଠୀ, ଡାକ୍ତର ପ୍ରଶନ୍ନ କୁମାର କର ଓ ଡାକ୍ତର ରବିନ୍ଦ୍ର କୁମାର ଗନ୍ତାୟତ ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ।