
ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଭାଳୁପିଆ କାନ୍ଦୁଳ ଡୁଙ୍ଗୁରିରେ ଜଣେ ଯୁବକ ବେକରେ ଫାସି ଲଗେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଗଜବାହାଲ୍ ର ଦିଲିପ ସାହୁ ବୟସ ୩୨ ଗତ ମଙ୍ଗଳବାର ଦିନ ସକାଳ ପାହାନ୍ତିଆରୁ ଶୌଚ ପାଇଁ ଯାଉଛି ବୋଲି କହି ଯାଇଥିଲେ ହେଲେ ଆଉ ଫେରି ନ ଥିଲେ। ଆଜି କିଛି ଲୋକ ଗାଈ ଚରାଉ ଥିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତାପରେ ସମସ୍ତଙ୍କୁ ଖବର ଦେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୋଟିଏ ପଳାସ ଗଛରେ ଶାଢି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି। ଲୋକଙ୍କ କହିବା ଅନୁସାରେ, କିଛି ଆର୍ଥିକ କରଜ ଶୁଝିନପାରିବା ଭୟରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ମଦନପୁର ରାମପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲାପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ପଠାଇ ଥିବା ସୂଚନା ମିଳିଛି।