ଭୁବନେଶ୍ୱର – ରାସ୍ତା କଡ଼ରେ ଥିବା ଡ୍ରେନ୍ ମାନଙ୍କରେ ବେଆଇନଭାବେ ପକାଯାଉଥିବା ମଇଳା ଆବର୍ଜନାକୁ ରୋକିବା ପାଇଁ ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ଏଥିପାଇଁ ଦୁଇଟି ଏନଫୋର୍ସମେଂଟ ସ୍କ୍ୱାଡର଼୍ ଗଠନ କରାଯାଇଛି । ଏହି ସ୍କ୍ୱାଡର଼୍ରେ ବିଏମସି କର୍ମଚାରୀ, ପୋଲିସ, ଟ୍ରାଫିକ ଏବଂ ଆରଟିଓ ଅଧିକାରୀ ମାନଙ୍କୁ ରଖାଯାଇଛି । ଏମାନେ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଖଣ୍ଡଗିରି ଫାୟାର ଷ୍ଟେସନ, ସିଆରପିଏଫ, ଲିଙ୍ଗିପୁର, ପଳାଶୁଣି କୁ ନଜର ରଖିବେ । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସିଟିରେ ବାହାରେ ପରିଶ୍ରା କଲେ ୧୫୦ ଟଙ୍କା ଓ ମଳତ୍ୟାଗ କଲେ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ବିଏମସି ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଛି ।
Related Stories
November 24, 2024