ବଲାଙ୍ଗିର,ଡି.ଏ.ଭି.(ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ, ବଲାଙ୍ଗୀର ମଧ୍ୟରେ ଉଚ୍ଚ ଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର ( ଏମ୍ ଓ ୟୁ) ସ୍ବାକ୍ଷରିତ ହୋଇଛି। ଡିି. ଏ. ଭି .( ସ୍ଵୟଂ ଶାସିତ) ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡକ୍ଟର ମଧୁସୂଦନ ମିଶ୍ର ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଡାଇରେକ୍ଟର ପ୍ରଦୀପ ଷଡ଼ଙ୍ଗୀ ଆଜି ବଲାଙ୍ଗୀର ଠାରେ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଛନ୍ତି। ଉଭୟ ଶିକ୍ଷାନୁଷ୍ଠାନ ପାଇଁ ଏହା ଶିକ୍ଷା ଏବଂ ଗବେଷଣା ପାଇଁ ସହଯୋଗୀ ହେବା ସହିତ ନାକ୍ ମାନ୍ୟତା ପାଇଁ ମଧ୍ୟ ସହଯୋଗୀ ହେବ ବୋଲି ଉଭୟ ପକ୍ଷରୁ କୁହାଯାଇଛି। ଏହି ବୁଝାମଣା ପତ୍ର ଯୋଗୁଁ ଡି.ଏ.ଭି . କଲେଜ ଟିଟିଲାଗଡ଼ର ଅଧ୍ୟାପକ ସାମୟିକ ଭାବରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଏବଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ସାମୟିକ ଭାବରେ ଡି. ଏ. ଭି . କଲେଜରେ କ୍ଲାସ ନେଇ ପାରିବେ। ସେହିପରି ଛାତ୍ରଛାତ୍ରୀ ମାନେ ମଧ୍ୟ ଉଭୟ ଶିକ୍ଷାନୁଷ୍ଠନରୁ ସାମୟିକ ଭାବେ ଶିକ୍ଷା ଗ୍ରହଣ କରିପାରିବେ। ଅଣଶିକ୍ଷକ କର୍ମଚାରୀ, ଅଫିସ୍ ଷ୍ଟାଫ୍ ମାନେ ମଧ୍ୟ ଅଫିସ୍ ମ୍ୟାନେଜମେଣ୍ଟ ବାବଦରେ ଶିକ୍ଷା ପାଇ ଉପକୃତ ହେବେ। ଡି.ଏ.ଭି. କଲେଜ୍ ଇଂରାଜୀ ଓ ଓଡିଆ ଭାଷା ଉପରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଯୋଗାଇବା ବେଳେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ବୈଷୟିକ ଶିକ୍ଷା ଉପରେ ଡି.ଏ.ଭି. କଲେଜକୁ ଶିକ୍ଷ୍ୟା ଯୋଗାଇବ।
ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସମୟରେ ଡି.ଏ .ଭି କଲେଜ, ଟିଟିଲାଗଡ଼ ପକ୍ଷରୁ ପ୍ରାଧ୍ୟାପକ ଡ. ଉମେଶ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା, ଅଧ୍ୟାପକ ଜୟଦେବ କର ଉପସ୍ଥିତ ଥିବା ବେଳେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ତରଫରୁ ଅଧ୍ୟାପକ ପଦ୍ମନାଭ ମିଶ୍ର, ଅଧ୍ୟାପକ ଡ.ଜୟକୃଷ୍ଣ ମେହେର ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ( ୟୁ. ଜି. ସି.) ର ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।