-
ପ୍ରଧାନମନ୍ତ୍ରୀ ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଲେ ସାଂସଦ ଅପରାଜିତା
ଭୁବନେଶ୍ୱର, ଏକାମ୍ର ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ରେଳ ଷ୍ଟେସନର ନବୀନକରଣ ପାଇଁ ୨କୋଟି ୧୧ଲକ୍ଷ୍ୟ ବ୍ୟୟ ଅଟକଳରେ ଗତକାଲି ଟେଣ୍ଡର ପ୍ରକାଶ ପାଇଛି ଏବଂ ଖୁବ ଶୀଘ୍ର ଏହାର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣ ବିଶେଷଭାବରେ ବରିଷ୍ଠ ନାଗରିକ ମାନଙ୍କ ଆଗ୍ରହ କ୍ରମେ ଏକାମ୍ର ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ରେଳ ଷ୍ଟେସନର ନବୀନକରଣ ପାଇଁ ପ୍ରୟାସ କରିଆସୁଥିଲୁ କ୍ଷ ଏହି ପରିପ୍ରେକ୍ଷୀରେ ୨କୋଟି ୧୧ଲକ୍ଷ୍ୟ ବ୍ୟୟ ଅଟକଳରେ ଗତକାଲି ଟେଣ୍ଡର ପ୍ରକାଶ ପାଇଛି ।
ଏହି କାରଣରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏ ସମ୍ପର୍କରେ ଆଜି ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ସମସ୍ତେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ସ୍ଥାନୀୟ ନେତୃତ୍ୱ ସୁଭାଷିନୀ ପୃଷ୍ଟି କର୍ପୋରେଟର ମଧୁସ୍ମିତା ପ୍ରଧାନ, କର୍ପୋରେଟର ଶିବାନନ୍ଦ ରାୟ ସମସ୍ତ ବରିଷ୍ଠ ନାଗରିକ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ ।