ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ଗତ ଫେବୃଆରୀ ମାସ ଠାରୁ ପୁରୀ ଜ଼ିଲ୍ଲାରେ ପ୍ରାୟ ଚାରି ଲକ୍ଷ ହିତାଧିକାରୀଙ୍କୁ ଗହମ ମିଳୁନାହିଁ |ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ୫କିଲୋ ଗହମ ଓ ଚାଉଳ ଯୋଗାଇ ଦେଉଛନ୍ତି | କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଓଡିଶାର 29ଟି ଜ଼ିଲ୍ଲାରେ ଗରିବ ହିତାଧିକାରୀଙ୍କୁ ଗହମ ମିଳୁଥିବାବେଳେ ପୁରୀ ଜ଼ିଲ୍ଲାକୁ ଯେଉଁଭଳି ଭାବରେ ଅଣଦେଖା କରାଯାଉଛି, ତାହା ଜଣେ ବ୍ୟକ୍ତିର ମାନବାଧିକାରକୁ ଆଘାତ ଦେଉଛି ବୋଲି ଯୁବ ଅଧିବକ୍ତା ସଂଘ ଅଭିଯୋଗ କରିଛି |
ସଂଘ କହିଛି ପୁରୀ ଜ଼ିଲ୍ଲାର ହିତାଧିକାରୀଙ୍କୁ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ହେବ ଗହମ ପ୍ରଦାନ କରାଯାଇନାହିଁ |ଗହମ ଯୋଗାଣ ବନ୍ଦ ଥିବାରୁ ଅନେକ ମଧୁମେହ ରୋଗୀ ଓ ବରିଷ୍ଠ ନାଗରିକମାନେ ବାହାରୁ ଅଟା କିଣିବା ପାଇଁ ସମର୍ଥ ହୋଇପାରୁନାହାନ୍ତି |
ତେଣୁ ପୁରୀ ଜ଼ିଲ୍ଲାବାସୀଙ୍କୁ ତୁରନ୍ତ ଗହମ ପ୍ରଦାନ କରିବା ପାଇଁ ସଂଘ ଦାବୀ କରିଛି ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସଂଘ ସୂଚନା ପ୍ରଦାନ କରିଛି |ସାତଦିନ ଭିତରେ ଏ ସମସ୍ୟାର ସମାଧାନ ପାଇଁ ଜ଼ିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି |
ଉକ୍ତ ଦାବୀପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, କର୍ଣ୍ଣବୀର ମହାପାତ୍ର, ଦେବାଶିଷ ଦାଶ, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 23, 2024
November 23, 2024
November 23, 2024