
ଓଡ଼ିଆ ଭାଗବତର ଆଦ୍ୟ ରଚୟିତା ତଥା ପଞ୍ଚସଖା ମଧ୍ୟରେ ଅନ୍ୟତମ ଭକ୍ତକବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପହଞ୍ଚି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବା ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ଭକ୍ତକବିଙ୍କ ଉତ୍ସର୍ଗୀକୃତ ପ୍ରଚେଷ୍ଟା ଅତ୍ୟନ୍ତ ଅବିସ୍ମରଣୀୟ। ଶ୍ରୀଜଗନ୍ନାଥ ଓ ଭାଗବତ ଧର୍ମ ଭାବନାର ବ୍ୟାପକ ପ୍ରଚାର ଓ ପ୍ରସାର ଏହି ମହାପୁରୁଷଙ୍କ ସାଧନା, ତ୍ୟାଗ, ସଂସ୍କାର, ନିଷ୍ଠା ଓ ଜାତୀୟତା ଯୁଗେ ଯୁଗେ ଓଡ଼ିଆ ଜାତି ପ୍ରତି ସର୍ବଦା ଚିର ସ୍ମରଣୀୟ। ଏହି ଅବସରରେ ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ ଏବଂ ଉପ ସଭାପତି ଡକ୍ଟର ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ।