କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ “ମୋ ଗାଁ ଗ୍ରୁପ୍” ଏବଂ ପଥୁରୀପଡା ଗ୍ରାମର “ମା’ମଙ୍ଗଳା ଯୁବ ପରିଷଦ”ର ମିଳିତ ଆନୁକୂଲ୍ୟରେ ବରପୁଟ-ପଥୁରୀପଡା ଗ୍ରାମ ରାସ୍ତାର ଦୁଇକଡରେ ବର ଏବଂ ଓସ୍ତ ବୃକ୍ଷ ରୋପଣ କରାଯାଇଛି। ଯୁବ ସମାଜସେବୀ ହରିବନ୍ଧୁ ପଣ୍ଡା ଓ ସୁରେଶ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବାଙ୍କୀ କଲେଜ ଉପାଧ୍ୟକ୍ଷ ତଥା ପ୍ରକୃତି ପ୍ରେମୀ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିଲେ |ସେ କହିଥିଲେ” ବୃକ୍ଷ ହିଁ ଜୀବନ” କାରଣ ବାତାବରଣକୁ ସନ୍ତୁଳିତ କରିବାରେ ବୃକ୍ଷର ପ୍ରମୁଖ ଭୂମିକା ରହିଛି |ବୃକ୍ଷରୁ ଅମ୍ଳଜାନ ମିଳୁଛି, ମୃତ୍ତିକ ସରଂକ୍ଷଣ ହେଇପାରୁଛି,ପ୍ରାଣୀ ଜଗତକୁ ଫଳ, ଫୁଲ ଏବଂ ପ୍ରାକୃତିକ ଔଷଧ ମିଳୁଛି |ଆଗାମୀ ଦିନ ପାଇଁ ଏବେଠୁ ସଜାଗ ହୋଇ ବୃକ୍ଷ ରୋପଣ ନ କଲେ ପ୍ରାଣୀ ଜଗତ ପାଇଁ ଏହା ଏକ ମହା ବିପଦରେ ପରିଣତ ହେବ ବୋଲି ମତ ପ୍ରକାଶ କରିଥିଲେ |ଏଥି ସହିତ ଅତିଥି ଭାବେ ଢଅଂସର ସବୁଜ ବାହିନୀର ଉପଦେଷ୍ଟା ସୁରେନ୍ଦ୍ର ପଣ୍ଡା, ଶିକ୍ଷକ ତଥା ମୋ ଗାଁ ଗ୍ରୁପ୍ର ଆବାହକ ଯୋଗିନ୍ଦ୍ର ମହାନ୍ତି ଓ ଶିକ୍ଷକ ରଘୁନାଥ ପଣ୍ଡା ଯୋଗଦେଇଥିଲେ । ବାବା ରାମ ନିରଞ୍ଜନ ଦାଶ, ରଜେଶ କୁମାର ଦଳେଇ, ଉଦୟନାଥ ସ୍ବାଇଁ, ଟୁକୁନା ଦେଉରୀ,ଚନ୍ଦ୍ରମଣି ଦେଉରୀ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ କରିଥିଲେ |
Related Stories
November 24, 2024
November 24, 2024