ମାଲକାନଗିରି, ନାକାମାମୁଡି ଗ୍ରାମପଞ୍ଚାୟତର ବାୟାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଵତନ୍ତ୍ର ସ୍ଵଛତା ପକ୍ଷ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୁଦୁଲି ପରିଚାଳନା କରିଥିଲାବେଳେ ସିଆରସିସି କୃଷ୍ଣଚନ୍ଦ୍ର ବାଛାଡ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ସହକାରୀ ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସ°ଯୋଜକ ଅନ୍ଜନ କୁମାର ଚୈଧୁରୀ ଉପସ୍ଥିତ ରହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ ନିୟମ ମାନ ଯଥା- ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା, ଖାଇବା ଥାଳିକୁ ଭଲ ଭାବରେ ସଫା କରିବା ସହ ବିଦ୍ୟାଳୟର ପରିବେଶ ଓ ଶୌଚାଳୟକୁ ସଫା ସୁତୁରା ରଖିବା ବିଷୟରେ ଅବଗତ କରାଇ ଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହଯୋଗ ରେ ବିଦ୍ୟାଳୟର ଚାରିପଟେ ସଫେଇ କରାଯାଇ ବିଭିନ୍ନ ସ୍ଥାନରେ ବ୍ଲିଚି° ପାଉଡର ପକାଯାଇଥିଲା ।
ପ୍ରକାଶ ଥାଉକି, ଏହିଭଳି ସ୍ଵଛତା ପକ୍ଷ ସବୁ ବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପାଳନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସମା ଚାଲାଣ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।