-
କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସର୍ବାଧିକ ୬୮.୬ ମି.ମି.
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସର୍ବାଧିକ ୬୮.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ଲମତାପୁଟରେ ୪୧.୨ ମି.ମି., କନ୍ଧମାଳ ଜିଲ୍ଲା ଟିକାବାଲିରେ ୨୬.୦, କନ୍ଧମାଳ ଜିଲ୍ଲା ଚକାପାଦରେ ୨୪.୨, ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ୧୯.୬, ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୧୭.୮ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୧୪.୮, କନ୍ଧମାଳ ଜିଲ୍ଲାର ରାଇକିଆରେ ୧୩.୦ ଏବଂ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସର୍ବନିମ୍ନ ୧୧.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଅନୁଗୁଳରେ ୩୬.୭ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୨୧.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।