-
ଲୋଇସିଂହା, ଚୁଡାପାଲି ଓ ଖପ୍ରାଖୋଲ ଠାରେ ଉଦ୍ଘାଟନୀ ମ୍ୟାଚ
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା କ୍ରୀଡା ଆନୁକୁଲ୍ୟରେ ରବିବାର ୪ ତାରିଖ ଦିନ ଲୋଇସିଂହା ମିନି ଷ୍ଟାଡିୟମ ଠାରେ ଏ.ଏସ୍.ସି. ସଲତରପାଲି ବନାମ ଏସ.ଆର.ଏଫ୍.ଏ. ତେନ୍ତୁଳିଖୁଣ୍ଟି, ଚୁଡାପାଲି ପଡିଆରେ ୱାଇ.ଏସ୍.ଏଫ୍.ଟି ଭାଲୁପିଟା ବନାମ ଡଙ୍ଗାଘାଟ ଜେ.କେ.ଏଫ୍.ଏ ଓ ଖପ୍ରାଖୋଲ ହାଇସ୍କୁଲ ପଡିଆରେ କୁଆବାହାଲ ସାଇନିଂ ଷ୍ଟାର ବନାମ ମହରାପଦର ବି.ଡି.ଏସ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ହେବ । ଖେଳ ଗୁଡିକ ଅପରାହ୍ନରେ ଅନୁଷ୍ଠିତ ହେବ ।
୧୫ ତାରିଖ ସୁପର ନକ୍ ଆଉତ ଗ୍ରୁପ ଆଇ ବିଜେତା ବନାମ ଏସ୍, ୧୬ ତାରିଖ ଗ୍ରୁପ ଏ ବିଜେତା ବନାମ ଇ ଏବଂ ଗ୍ରୁପ ଜେ ବିଜେତା ବନାମ ଏନ୍, ୧୭ ତାରିଖ ଗ୍ରୁପ ବି ବିଜେତା ବନାମ ଏଫ୍ ଏବଂ ଗ୍ରୁପ କେ ବିଜେତା ବନାମ ଓ ୧୮ ତାରିଖ ଗ୍ରୁପ ବି ବିଜେତା ବନାମ ଏଫ ଏବଂ ଗ୍ରୁପ କେ ବିଜେତା ଓ, ୧୮ ତାରିଖ ଗ୍ରୁପ ସି ବିଜେତା ବନାମ ଜି ଏବଂ ଗ୍ରୁପ ଏଲ୍ ବିଜେତା ବନାମ ପି, ୧୯ ତାରିଖ ଗ୍ରୁପ ଡି ବିଜେତା ବନାମ ଏଚ୍ ମଧ୍ୟରେ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଓ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଖେଳାଯିବ । ୨୨ ଓ ୨୩ ମହିଳା ଫୁଟବଲ ଖେଳ ହେବ । ସେହିପରି ସେମିଫାଇନାଲ ଖେଳ ୨୧ ଓ ୨୨ ତାରିଖ ଓ ଫାଇନାଲ ଖେଳ ୨୪ ତାରିଖରେ ଖେଳାଯିବ ବୋଲି କ୍ରୀଡା ସଂସଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।