ମୁମ୍ବାଇ , ମହାଠକ ସୁକେଶ ଚନ୍ଦ୍ରଶେଖର ଲିଙ୍କ୍ ମାମଲାରେ ଇଓଡବ୍ଲୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଂଟା ଜେରା କରିଛି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୁଲିସ ପଚରାଉଚରା କରିଛି । ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍ଲିନ୍ ଙ୍କୁ ପୁଲିସ ପଚରାଉଚରା କରିବ ।
ଏହି ମାମଲାରେ ପଚରାଉଚରା ପାଇଁ ନୋରାଙ୍କୁ ମନ୍ଦିର ମାର୍ଗରେ ଥିବା ଇଓଡବ୍ଲୁ ଅଫିସ୍ କୁ ଡକାଯାଇଥିଲା ।
ସୂଚନା ମୁତାବକ, ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିଥିଲା । ଏବେ ଏହି ମାମଲରେ ଦିଲ୍ଲୀ ପୁଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି । ପଚରାଉଚରା ବେଳେ ପୁଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ସୂଚନା ମିଳିଛି ।