ମାଲକାନଗିରି,ଖଇରପୁଟ ସ୍ଥିତ ୧୫୧ ବିଏସଏଫ୍ ବାଟାଲିୟନ ତରଫରୁ ଆସନ୍ତା ଗୁରୁ ଦିବସକୁ ଧ୍ୟାନରେ ରଖି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗତକାଲି ଏକ ବିଶେଷ କାର୍ଯ୍ୟକ୍ରମରେ ୧୫୧ ବିଏସଏଫ ବାଟାଲିୟନର ଦ୍ଵିତୀୟ କମାଣ୍ଡ ଅଧିକାରୀ ପ୍ରଭୀନ କୁମାର, ସହକାରୀ କମାଣ୍ଡ ଅଧିକାରୀ ଏସ.ଏସ.ଜମ୍ମାଲ, ସହକାରୀ କମାଣ୍ଡ ଅଧିକାରୀ ସୈାରଭ ଫୈଜଦାରଙ୍କ ନେତୃତ୍ବରେ ଖଇରପୁଟ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଏସଏଫ ତରଫରୁ ବିଦ୍ୟାଳୟ ଗୁଡ଼ିକର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହ ଆଦିବାସୀ ଅଧ୍ୟୁଷିତ ଅ°ଚଳରେ ସୀମା ସୁରକ୍ଷା ବାହିନୀ ଦ୍ଵାରା କରାଯାଉଥିବା ବିଭିନ୍ନ ସାମାଜିକ ଅଭିଯାନ ଓ ରାଷ୍ଟ୍ରର ସରହଦ ସୁରକ୍ଷା ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଯାହାକି ପିଲାମାନଙ୍କର ବିଏସଏଫ ପ୍ରତି ଗଭୀର ସମ୍ମାନ ସୃଷ୍ଟି କରିଥିଲା । ମୁଖ୍ୟ ଅତିଥି ପ୍ରଭୀନ କୁମାର ଦୁଇଗୋଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲମାଳ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉକ୍ତ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ନାୟକ ଓ ପ୍ରଧାନଶିକ୍ଷୟତ୍ରୀ ମଦୀନ ଟୁଡୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସର୍ବମୋଟ ୪୬୪ ଜଣ ଛାତ୍ରଛାତ୍ରୀ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ ରୂପ ଦେଇଥିଲେ ।