କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ପୁରୀ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ତଥା ଏକ ଧାମ ବି ଅଟେ। ପୁରୀ ସହରରେ ଅନେକ ବସ୍ତି ବହୁଦିନରୁ ଗଢି ଉଠିଛି। ସେହି ବସ୍ତି ମାନଙ୍କରେ ଅନେକ ଲୋକମାନେ ବସବାସ କରୁଛନ୍ତି। ଅଧିକାଂଶ ସମୟରେ ଟିଭି ଓ ଖବରକାଗଜରେ ଦେଖିବାକୁ ମିଳେ ବସ୍ତି ଦ୍ୱାରା ଅପରାଧ ଓ ଅପରାଧିକ ମାମଲା ଗୁଡିକ ଘଟୁଛି। ଯାହା ପୁରୀ ଭଳି ପର୍ଯ୍ୟଟନ ସହରରେ ଘଟିବା ଅନୁଚିତ ଅଟେ। ବେଳେବେଳେ ବସ୍ତି ମାନଙ୍କରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ମଧ୍ୟ ପୋଲିସ ଦ୍ୱାରା ଚଢ଼ାଉ କରି ଜବତ ବି କରାଯାଉଛି। ଏହିସବୁ ବିଷୟ ପ୍ରତି ଧ୍ୟାନ ଦେଲାପରେ ବର୍ତ୍ତମାନ ବସ୍ତି ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ଆସିଯାଇଛି। ଯାହା ଫଳରେ ବସ୍ତି ବାସିନ୍ଦା ଓ ପୋଲିସ ଉଭୟ ନିକଟତର ହୋଇ ପାରିବେ। ଅନେକ ନିରୀହ ବସ୍ତି ବାସିନ୍ଦାଙ୍କ ମନରେ ମଧ୍ୟ ଦୀର୍ଘ ଦିନରୁ ପୋଲିସ ପ୍ରତି ଏକ ନକରାତ୍ମକ ବିଚାରଧାର ରହିଯାଇଛି | ଏଥିପାଇଁ ସାଧାରଣ ବସ୍ତି ବାସିନ୍ଦାଟିଏ ମଧ୍ୟ ନ୍ୟାୟ ପାଇଁ ଥାନାକୁ ନ ଆସି ଅନ୍ୟାୟ ସହିବାକୁ ବାଧ୍ୟ ହୋଇ ପଡୁଛି। ଛୋଟ ପିଲା,ମହିଳା,ଦିବ୍ୟଙ୍ଗ ଓ ବୃଦ୍ଧ ଲୋକମାନେ ନିଜକୁ ଅସହାୟ ମଧ୍ୟ ମନେ କରୁଛନ୍ତି।
ଏହି ବିଷୟ ଗୁଡିକ ପ୍ରତି ଧ୍ୟାନ ଦେଲେ ପୁରୀ ଭଳି ଶ୍ରୀକ୍ଷେତ୍ର ଧାମରେ ଅପରାଧ ନିୟନ୍ତ୍ରଣ ହୋଇପାରିବ। ବସ୍ତିର ସାଧାରଣ ଲୋକମାନେ ପୋଲିସର ନିକଟତର ହେବେ ଯାହା ଦ୍ୱାରା ପୋଲିସ ଉପରେ ବିଶ୍ୱାସ ବଢିବ। ଏହି ବିଶ୍ୱାସ ଯୋଗୁଁ ବସ୍ତି ଅଞ୍ଚଳରେ ନିଶା କାରବାର ହେଉ କି ଅପରାଧିକ ଘଟଣା ହେଉ ପୋଲିସ ପାଖରେ ସୁବିଧାରେ ଖବର ପହଞ୍ଚି ପାରିବ। ଅଗାମୀ ଦିନରେ ବହୁତ ଜଲଦି ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରିଲେ ଶ୍ରୀକ୍ଷେତ୍ରବାସୀଙ୍କ ସହିତ ପର୍ଯ୍ୟଟକ ମାନେ ସୁରକ୍ଷିତ ମନେ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ – ଆଟା ଅନୁଷ୍ଠାନ ସହଯୋଗ କରିବାକୁ ଆଗ୍ରହୀ ଅଛି। ଏହି ଅନୁରୋଧ ପତ୍ର ଦେବା ସମୟରେ ଆଟାର ସଭାପତି ବିସ୍ମୟ ମିଶ୍ର, ବଳରାମ ନାୟକ, ଦେବେନ୍ଦ୍ର ସୁବୁଦ୍ଧି, ପପୀୟା ବାନାର୍ଜୀ,କେ କୃପା ରାଓ, ଟିଟିଲି ଦାସ,ହରିଶ୍ଚନ୍ଦ୍ର ନାୟକ,ସତ୍ୟାନନ୍ଦ ପରିଡା, ରାଜେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024