
ବଲାଙ୍ଗିର, ଗତକାଲି ଥିଲା ସମଗ୍ର ପଶ୍ଚିମାଞ୍ଚଳର ମହାନ୍ ଗଣପର୍ବ ନୂଆଁଖାଇ। କେଉଁ ଅନାଦି କାଳରୁ ନୂଆ ଫସଲ ହେବା ପରେ ନିଜର ଇଷ୍ଟଦେବୀଙ୍କୁ ପ୍ରଥମେ ଲଗାଇବା ପରେ ସମସ୍ତେ ଏକତ୍ରିତ ହୋଇ ଭୋଜିଭାତ କରି ଖାଇବା ପରମ୍ପରା ଅଛି। ଗଣେଶ ଚତୁର୍ଥୀ ପରଦିନ ରୁଷି ପଞ୍ଚମି ତିଥିରେ ନୂଆଖାଇ ପାଳନ ତଥା ସମସ୍ତେ ଏକ ଦିନରେ ଏହା ପାଳନ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାଏକ ଦିନ ଧାର୍ଯ୍ୟ କରି ଏହି ଦିନକୁ ଓଡ଼ିଶା ଛୁଟି ତାଲିକାରେ ମିଶାଇ ଘୋଷଣା ପରେ ଏହି ଦିନରେ ଲଗ୍ନ ପ୍ରାୟତଃ ଧାର୍ଯ୍ୟ କରାଯାଇଛି। ଗଣେଶ ପୂଜାଦିନ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବାହାରେ ସାମୁହିକ ଗଣେଶ ପୂଜା ସାର୍ବଜନୀନ ପୂଜା କରାଯାଇଥାଏ ଏହି ଅଞ୍ଚଳରେ ହେଲେ ନୂଆଖାଇର ପ୍ରସ୍ତୁତି ବ୍ୟସ୍ତତା ଯୋଗୁଁ ସେହିଦିନ କିପରି ନିଜ ନିଜ ଘରେ ପହଞ୍ଚିବା ବ୍ୟସ୍ତ ରହିଥାଏ। ନୂଆଖାଇ ଦିନ ନବାନ୍ନ ଭକ୍ଷଣ ପରେ ଘରେ ନିଜ ଇଷ୍ଟଦେବୀ ଦର୍ଶନ ଗୁରୁଜନଙ୍କୁ ଜୁହାର ଭେଟ କରି ଅପରାହ୍ନରେ ଅଞ୍ଚଳର ଦେବା ଦେବୀଙ୍କ ମଧ୍ୟରେ ମା ସମଲେଇଶ୍ବରୀ ଓ ପାଟଣେଶ୍ଵରୀଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଦର୍ଶନ କରି ନିଜ ପରିବାର ସାମାଜ ଅଞ୍ଚଳ ରାଜ୍ଯ ଦେଶର ମଙ୍ଗଳ କାମନା କରି ପୂଜା ଅର୍ଚନା କରାଯାଇଥାଏ। ତେଣୁ ବସ୍ତୁତଃ ଏହି ଦିନ ଗଣନାଥଙ୍କ ଦର୍ଶନ ପାଇଁ ଭିଡରେ ସମସ୍ତେ ଦର୍ଶନ କରନ୍ତି। ଗତକାଲି ଅପରାହ୍ନରେ ଏଥିପାଇଁ ଦର୍ଶନ ଭିଳାସୀଙ୍କ ଭିଡରେ ମନ୍ଦିର ଗୁଡିକ ଲୋକାରଣ୍ୟ ହୋଇଥିଲା।