କଟକ/ ଭୁବନେଶ୍ୱର, କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତାଙ୍କ ମୃତଦେହକୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ ବିଚାରପତି ଜଣକ ୨ ଦିନ ହେବ ଛୁଟିରେ ଥିଲେ । ଆଜି ଛୁଟି ସରୁଥିବା ବେଳେ ଷ୍ଟେନୋଙ୍କୁ ଫୋନ୍ କରି ପୁଣି ଥରେ ଛୁଟିରେ ରହିବେ ବୋଲି କହିଥିଲେ । ଘରେ କେହି ନଥିବା ବେଳେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।