
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ବଳିଆପଣ୍ଡା ରାସ୍ତାର ଦାମୋଦର ରୋଡର ଏସ୍ ବି ଆଇ ଏଟିଏମ୍ କୁ ଦୁର୍ବର୍ତ୍ତ ମାନେ ଲୁଟ କରିବା ପାଇଁ ଉଦ୍ୟମ କରି ଏ ଟି ଏମ୍ ସେଣ୍ଟର ଭଙ୍ଗାରୁଜା କରିଛନ୍ତି। ସି ସି ଟି ଭି ଭାଙ୍ଗିବା ପାଇଁ ଉଦ୍ୟମ କରିଛନ୍ତି। ସେଣ୍ଟରର କାଚକୁ ଭାଙ୍ଗିରୁଜି ଚୁରୁମାର କରିଦେଇଛନ୍ତି। ମେସିନରୁ ଲୁଟ ପାଇଁ ଉଦ୍ୟମ କରି ଫେଲ ମାରିଛନ୍ତି। ଏହି ସ୍ଥାନ ବଳିଆପଣ୍ଡା ଓ ଟାଉନଥାନା ଅଞ୍ଚଳରେ ଯାଉଥିବାରୁ ପୋଲିସ ସଠିକ ପଦକ୍ଷେପ ନେବାରେ ଫେଲ ମାରୁଛି ଯାହାର ସୁଯୋଗ ନେଉଛନ୍ତି ଦୁର୍ବର୍ତ୍ତ। ସେପଟେ ଏସ୍ ବି ଆଇ ପକ୍ଷରୁ ସେହି ସ୍ଥାନକୁ ପରିଦର୍ଶନ କରାଯାଇଛି। ସେହି ସ୍ଥାନକୁ ସଫା କରାଯିବା ସହ ଏକ ଏଫ ଆଇ ଆର ଟାଉନଥାନାରେ ଦିଆଯିବ ବୋଲି ଏସ୍ ବି ଆଇର ଚିଫ ମ୍ୟାନେଜର ବିଜୟ ଶତପଥୀ ସୂଚନା ଦେଇଛନ୍ତି।