
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ନିମାପଡ଼ା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ମିଳିତ ଭାବରେ ତମାଖୁ ବିକ୍ରେତା ମାନଙ୍କ ଦୋକାନରେ ଚଢ଼ାଉ କରାଯାଇଛି। ଶ୍ରୀ ପ୍ରତ୍ୟୁଷ ରଞ୍ଜନ ତରେନିଆ ଖାଦ୍ୟ ସୁରକ୍ଷା ଅଧିକାରୀ, ଶ୍ରୀମତୀ ମମତା କୁମାରୀ ଦାସ ଅବକାରୀ ଅଧିକାରୀ, ନିମାପଡ଼ା ଥାନା ଅଧିକାରୀ ଓ ଡ଼ା ସୁଶାନ୍ତ କୁମାର ବିଶ୍ୱାଳ ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଉପସ୍ଥିତ ରହି ଦୋକାନୀ ମାନଙ୍କୁ ସଚେତନ କରାଇଥିଲେ ଏବଂ 22 ଜଣ ଦୋକାନୀଙ୍କ ଠାରୁ 3600/-ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।