
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରବିବାର ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତି ଙ୍କ ଉପରେ ଦୁର୍ନିତି ବିରୁଦ୍ଧରେ ସ୍ୱରଉତ୍ତଳନ କରୁଥିବାରୁ ଜେଉଭଳି ଅମାନୁଷିକ ଭାବେ ଆକ୍ରମଣ କରାଗଲା ତାର ପ୍ରତିବାଦରେ ଆଜି ସୂଚନା ଅଧିକାର କର୍ମୀ ମାନେ ଏକତ୍ରିତ ହୋଇ ତାଙ୍କ ପତ୍ନୀଙ୍କ ଶହ ମିଶି ଦିନ ୧୧.୩୦ ମିନିଟ୍ ସମୟରେ ସଦର ଥାନାରେ ଅଭିଯୋଗ କରିଥିଲେ ଆମର ଆଶା ଓ ଭରସା ଆପଣ ମାନେ ଏ ଲଢେଇରେ ଆମ ମାନଙ୍କ ଶହ ସହୋଜୋଗର ହାତ ମିଶାଇବେ । ଆଜି ସୂଚନା ଅଧିକାର ଆଇନର ରାଜ୍ଯ ଆବାହକ ପ୍ରଦୀପ ପ୍ରଧାନ ମଧ୍ୟ ଆମ ସହ ଯୋଗଦେଇ ସନ୍ତୋଷ ମହାନ୍ତି ର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ଶହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିବାକୁ ଯାଇଥିଲେ ଓ ତାଙ୍କର ଅନୁପସ୍ଥିତି ଯୋଗୁ ଉପ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଥିଲେ ଓ ଘଟଣା ବିଷୟରେ ବିସ୍ତୃତ ଆଲୋଚନା କରିବା ଶହ ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ସରପଞ୍ଚ (ଛଇତନା ଗ୍ରାମ ପଞ୍ଚାୟତ)ଓ ତାର ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ପାଇଁ ଦାବି କରିଥିଲେ । ଏ ପରିପେଖିରେ ସେଠାରେ ସୂଚନା ଅଧିକାର କର୍ମୀ ପବିତ୍ର ଦଳାଇ, ଅବିନାଶ ମିଶ୍ର, ବଟ ପ୍ରଧାନ, ପ୍ରସନ୍ନ ସାହୁ, ବାବିନ ଜେନା, ଅନିଲ ସ୍ୱାଇଁ, ବିରଞ୍ଚି ସ୍ବାଇଁ, ହାପି ବେହେରା ପ୍ରମୁଖ ସୂଚନା ଅଧିକାର କର୍ମୀ ମାନେ ଉପସ୍ଥିତ ଥିଲେ ଓ ସମସ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଏବଂ ତିନିଦିନ ମଧ୍ୟରେ ଦାବି ପୂରଣ ନହେଲେ ଥାନା ସମ୍ମୁଖରେ ଧାରଣା ଦେବେବୋଲି ମତବ୍ୟକ୍ତ କରିଥିଲେ |