
ଭୁବନ, ଭୁବନର ଐତିହାସିକ ବଳଦଯାତ୍ରା ଓ ପ୍ରସିଦ୍ଧ ଦୁର୍ଗାପୂଜା ନିମନ୍ତେ ଗତକାଲି ଗଣେଶ ଚତୁର୍ଥୀ ଅବସରରେ ଦୁର୍ଗାଙ୍କ ଅନୁକୂଳ ମାଟି ଉଠିଥିଲା । କାଳୀବଜାର ଠାରୁ ବିଭିନ୍ନ ଦୁର୍ଗାପୂଜା ଓ ହରପାର୍ବତୀ ପୂଜାକମିଟି କର୍ମକର୍ତା ବାଜା, ବାଣ, କୀର୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ରଗଡିନାଳ କୂଳରେ ପହଁଚିଥିଲେ । ସେଠାରେ ପୂଜାର୍ଚ୍ଚନା କରି ଅନୁକୂଳ ମାଟି ଧରି ଫେରିଥିଲେ । ଚଳିତବର୍ଷ ଭୁବନରେ ସମୁଦାୟ ୧୨ ଟି ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେବ । ଐତିହାସିକ ତଥା ପାରମ୍ପରିକ ବଳଦଯାତ୍ରା ନିମନ୍ତେ ଗତକାଲି ଠାରୁ ବଳଦ ମାନଙ୍କୁ ବାଜାବଜାଇ ସହର ପରିକ୍ରମା କରି ଅଭ୍ୟାସ କରାଯାଇଥିଲା ।