କୋରେଇ – କୋରାଇ ଥାନା ଅନ୍ତର୍ଗତ ବନ୍ଦାଳୋ ପଂଚାୟତର ଦୁଲାଖାପାଟଣା ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ମା ଓ ପୁଅ ହଣାହଣି ହୋଇ ମାମଲା ଥାନାକୁ ଆସିଛି । ଦୁଲାଖା ପାଟଣା ଗ୍ରାମର ଶଶିକଳା ଷଢଙ୍ଗୀ (୫୮) ଓ ତାଙ୍କ ପୁଅ ହରିହର (୩୮)ଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ମାରପିଟ ହୋଇଥିଲା । ଉଭୟେ ମାରପିଟ ଯୋଗୁ ଆହତ ହୋଇଥିବା ବେଳେ ଶଶିକଳା ଅଧିକ ଆହତ ହୋଇଥିଲେ । ଏ ନେଇ ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ନେଇ ଡାକ୍ତରୀ ଚିକିସôା କରାଇଛି ।
Related Stories
November 23, 2024