
ଭୁବନେଶ୍ବର, ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ଵର ବାସୀଙ୍କୁ ବିଏମସି ପ୍ରତାରଣା କରିଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଦିନ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି ।
ବିଜେପି କାର୍ଯ୍ୟକର୍ତା ମାନେ ବିଏମ୍ସି ଅଫିସ ସମ୍ମୁଖରେ ମୁହଁରେ କଳା ମାକ୍ସ୍ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଏହି ଅବସରରେ କହିଛନ୍ତି ଯେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଇସ୍କନ, ବାଣୀବିହାର, ରସୁଲଗଡ଼, ବମିଖାଲ ଭଳି ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚରୁ ପାଣି ଜମୁଛି । ଟ୍ରାଫିକ ସମସ୍ୟାରୁ ଦୁର୍ଘଟଣା ମଧ୍ୟ ବଢୁଛି । ବିଏମସି ଲୋକ ମାନଙ୍କୁ ପ୍ରତାରଣା କରିଛନ୍ତି । ବିଏମସି ଏହି ଅବ୍ୟବସ୍ଥାକୁ ନେଇ ବିଜେପି ଧାରଣା ଦେଉଛି । ସ୍ୱାୟତ୍ତ ଶାସନ ଦିବସ କେବଳ ମିଛ ଡ୍ରାମା ବୋଲି ସେ ପ୍ରକାଶ କରିଛନ୍ତି ।