
ମାଲକାନଗିରି, ଇଶ୍ବର ଆଲ୍ଲା ତେରେନାମ ସବ୍ କୋ ସନମତ ଦେ ଭଗବାନ । ଭଗବାନଙ୍କୁ କିଏ କେଉଁ ରୂପରେ ଦେଖେ, କେଉଁ ରୂପରେ ପୂଜା କରେ । ହେଲେ ସବୁ ଧର୍ମ ଶାନ୍ତିର, ମାନବବାଦର କଥା କହେ । ସର୍ବଧର୍ମ ସମଭାବର କଥା କହେ । ମାଲକାନଗିରିରେ ଗଣେଶ ପୂଜା ପାଳନ ବେଳେ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଗଣେଶଙ୍କ ମୂର୍ତ୍ତିଙ୍କୁ ତିନି ପ୍ରକାର ଉପସ୍ଥାପନ କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଜୋର ଧରିଛି । ମାଲକାନଗିରି ପୁରୁଣା ମେଡିକାଲ ଛକ ଠାରେ ଥିବା ପୂଜା କମିଟି ପକ୍ଷରୁ ତିନୋଟି ଗଣେଶ ମୂର୍ତ୍ତିକୁ ତିନି ଧର୍ମର ମୁଦ୍ରାରେ ଉପସ୍ଥାପନ କରାଯାଇଛି । ତେବେ ଏହାକୁ ବିଶ୍ଵ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଥାନାରେ ମାମଲା ଦାୟର କରାଯିବା ପରେ ଅନ୍ୟ ଧର୍ମର ଦୁଇ ଟି ଗଣେଶ ମୂର୍ତ୍ତିରେ ଧଳା କପଡା ଗୁଡା ଯାଇ ବନ୍ଦ କରାଯାଇଛି।