
ଘସିପୁରା , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ଛକ ନିକଟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ କମଳାକାନ୍ତ ଜେନା, ଓ ଲିଲି ଜେନା ଦଧିବାମନପୁର ଗାଁର ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଉଭୟଙ୍କ ବିବାହ ଗତ ଜୁଲାଇ ମାସରେ ହେଉଥିବା ବେଳେ, କନ୍ୟା ନାବାଳିକା ହୋଇଥିବାରୁ ପୋଲିସ ବିବାହ ବନ୍ଦ କରିଥିଲା । ଗତ ୪ ଦିନ ପୂର୍ବେ ଉଭୟ ନିଖୋଜ ଥିଲେ । ବୁଧବାର ଦିନ ତରତରା ଛକ ନିକଟ ଏକ ଜଙ୍ଗଲିଆ ସ୍ଥାନରୁ ଝୁଲନ୍ତା ମୃତଦେହ କୁ ଦେଖି ସ୍ଥାନୀୟ ଲୋକ ଆନନ୍ଦପୁର ପୋଲିସ କୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣାପଡିବ ।