ଭୁବନେଶ୍ୱର – ଆନ୍ତର୍ଜାତୀୟ ଓ ଦେଶୀୟ ବୃହତ୍ ପୁଞ୍ଜିପତିଙ୍କ ଚାପରେ କେନ୍ଦ୍ର ସରକାର ପ୍ରଚୁର ଲାଭ କରୁଥିବା ତୈଳ କମ୍ପାନୀମାନଙ୍କୁ ଘରୋଇକରଣ କରିବାକୁ ନିଷ୍ପତି ନେଇ ଏଥିପାଇଁ ବିକ୍ରୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରଥମେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍କୁ ଘରୋଇକରଣ କରି ବର୍ତମାନ ଭାରତ ପେଟ୍ରୋଲିୟମ୍ (ବି.ପି.ସି.ଏଲ୍)କୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି । ଏହା ପରେ ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍କୁ ଘରୋଇକରଣ କରିବା କଥା କୁହାଯାଉଛି । ବର୍ତମାନ ଯେଉଁ ବି.ପି.ସି.ଏଲ୍.କୁ ବିକ୍ରି କରିବା କଥା କୁହାଯାଉଛି ତାହାର ମୋଟ ସମ୍ପଦ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା । କେବଳ ୨୦୧୮ ବର୍ଷରେ ସରକାରଙ୍କୁ ୯୬,୦୦୦ କୋଟି ଟଙ୍କା ଟିକସ ଦେବା ପରେ ୩୫୦୦୦ କୋଟି ଟଙ୍କା ଲାଭାଂଶ ପୈଠ କରିଛି । ୩୪,୪୦୦କୋଟି ଟଙ୍କା ରିଜର୍ଭ ପାଣ୍ଠି ଅଛି । ଏଥିରେ ସ୍ଥାୟୀ ଓ ଠିକା ଶ୍ରମିକ ମିଶି ୩୨ ହଜାର ଶ୍ରମିକ କର୍ମଚାରୀ କାମ କରନ୍ତି । ଠିକ୍ ସେହିପରି ଆଇ.ଓ.ସି.ଏଲ୍. ଓ ଏଚ୍.ପି.ସି.ଏଲ୍. ତୈଳ କମ୍ପାନୀର ପରିସ୍ଥିତି । କେନ୍ଦ୍ର ସରକାର ଏହାର ମାଲିକାନାକୁ ଗୋଡିବାଲି ମୂଲ୍ୟରେ ଅମ୍ବାନୀ/ଆଦାନୀଙ୍କୁ ପ୍ରଦାନ କରିବେ ଓ ସେମାନେ ଏହାପରେ ଚଢା ଦାମ୍ରେ ବିଦେଶୀ କମ୍ପାନୀମାନଙ୍କୁ ଟେକିଦେବେ । ଏହିଭଳି ଜନବିରୋଧୀ ଦେଶ ବିରୋଧୀ ପଦକ୍ଷେପ କେନ୍ଦ୍ର ବି.ଜେ.ପି. ସରକାର ନେଇ ଚାଲିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜୟଦେବ ବିହାରଠାରେ ଫେଡେରେସନ୍ ଅଫ୍ ଅଏଲ୍ ଏଣ୍ଡ ଗ୍ୟାସ ୱର୍କର୍ସ ୟୁନିଅନମାନଙ୍କ ପକ୍ଷରୁ ସି.ଆଇ.ଟି.ୟୁ ତଥା ଶ୍ରମିକ କର୍ମଚାରୀ ନେତା ଦୁଷ୍ମନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଏକ କନ୍ଭେନ୍ସନ୍ ଆଜି ତା୧୭/୧୧/୨୦୧୯ରିଖରେ ଅନୁÂିତ ହୋଇଯାଇଛି । ଏଥିରେ ଭିତିପତ୍ର ଉପସ୍ଥାପିତ କରି ତୈଳ ୱର୍କର୍ସ ଫେଡେରେସନ୍ ଓଡିଶାର ସଭାପତି ତଥା ସି.ଆଇ.ଟି.ୟୁ. ରାଜ୍ୟ ଉପସଭାପତି ଶୀ୍ର ଜନାର୍ଦ୍ଧନ ପତି କହିଲେ ଯେ ଲାଭଜନକ ତୈଳ କମ୍ପାନୀ ତଥା ଲାଭଜନକ ରାଷ୍ଟ୍ରାୟ ଉଦ୍ୟୋଗ ଗୁଡିକୁ ଘରୋଇକରଣ କରିବା କେନ୍ଦ୍ର ସରକାରଙ୍କର ଏକ ରାଜନୈତିକ ନିଷ୍ପତି । ଏହା ଫଳରେ ଦେଶର ଅର୍ଥନୀତି ଦୁର୍ବଳ ହେବା ସହ ଜନଗଣଙ୍କ ଅବସ୍ଥା ଦୁର୍ବିସହ ହେବ । ଏହି ଘରୋଇକରଣକୁ ବିରୋଧ କରିବା ପ୍ରତ୍ୟେକ ଦେଶ ପ୍ରେମୀର କର୍ତବ୍ୟ । ଏହି କନ୍ଭେନ୍ସନ୍ ରେ ପେଟ୍ରୋଲିୟମ୍ ଓ ଗ୍ୟାସ୍ ଶ୍ରମିକ ଫେଡେରେସନ୍ର ସର୍ବଭାରତୀୟ ଯୁଗ୍ମ ସମ୍ପାଦକ ନିର୍ମଳ ଶାହା ଓ ଅମଲ ଭଟ୍ଟାଚାର୍ଯ୍ୟ, ଅଏଲ୍ ଏଣ୍ଡ ନେଚୁରାଲ ଗ୍ୟାସ୍ କମିଶନ୍ ଆଂଚଳିକ ଶ୍ରମିକ ସଂଗଠନ ସଭାପତି ସଲିଲ୍ ବିଶ୍ୱାସ ଓ ଭାରତୀୟ ପେଟ୍ରୋଲିୟମ୍ ଶ୍ରମିକ ସଂଗଠନର ଡେପୁଟି ଜେନେରାଲ ସେକ୍ରେଟାରୀ ଗୌରୀ ଶଙ୍କର ସୁକୁଲ୍, ଓଡିଶା ଇଣ୍ଡିଆନ ଅଏଲ୍ ଶ୍ରମିକ ସଂଗଠନ ପକ୍ଷରୁ ଶୀ୍ର ଅରୁଣ ବାରିକ୍ ଓ ଏଲୋରା ବିଶ୍ୱାସ, ଭାରତ ପେଟ୍ରୋଲିୟମ ଶ୍ରମିକ ସଂଗଠନ ପକ୍ଷରୁ ଶୀ୍ର ଅବିନାଶ ବ୍ରହ୍ମା, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଶ୍ରମିକ ସଙ୍ଗଠନ ପକ୍ଷରୁ ଶୀ୍ର ପ୍ରଭାତ ବାରିକ, ଠିକା ଶ୍ରମିକ ସଂଗଠନ ପକ୍ଷରୁ ଶୀ୍ରମତୀ ପୁଷ୍ପା ଦାଶ, ଲିଙ୍ଗରାଜ ଦାସ, ମୁରଲୀଧର ମଲ୍ଲିକ ଏବଂ ଓଡିଶା ଟ୍ୟାଙ୍କ୍ଲରି ୱାର୍କର୍ସ ୟୁନିୟନ ପକ୍ଷରୁ କିଷ୍ଣୁ ବିଶ୍ୱାଳ ପ୍ରମୁଖ ଉଦ୍ବୋଧନ ଦେଇ ଘରୋଇକରଣକୁ ବିରୋଧ କରିଥିଲେ । ଭାରତ ପେଟ୍ରୋଲିୟମ୍ ତୈଳ କମ୍ପାନୀର ଘରୋଇକରଣ ବିରୁଦ୍ଧରେ ଆଗାମୀ ୨୮ ନଭେମ୍ବର ଧର୍ମଘଟକୁ ସଫଳ କରିବା ପାଇଁ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା, କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ପକ୍ଷରୁ ୧୨ ଦଫା ଦାବି ଉପରେ ଆଗାମୀ ଜାନୁଆରୀ ୮ ତାରିଖ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ମଧ୍ୟ ଅନ୍ୟ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।