
ନୂଆଦିଲ୍ଲୀ,ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୩,୫୨,୧୬୬ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୮,୫୮,୮୧,୧୩୬ ନମୂନାର ପରୀକ୍ଷଣ କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ସୂଚନା ଦିଆଯାଇଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୭,୨୩୧ ନୂଆ ମାମଲା : ସୁସ୍ଥ ହେଲେ ୧୦,୮୨୮
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୭,୨୩୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ସେହିପରି ୧୦,୮୨୮ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୨.୦୫ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୩୮ ଲକ୍ଷ ୩୫ ହଜାର ୮୫୨ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୪,୬୬୭ ରହିଛି । ବର୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୮୭୪ ରହିଛି ।