
ଭୁବନେଶ୍ୱର, ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ସେପ୍ଟେମ୍ବର ମାସରେ ଓଡିଶା ଗସ୍ତରେ ଆସିବେ । ସେ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁସାରେ ତାଙ୍କର ଏହି ଗସ୍ତ ସମୟରେ ଦଳକୁ ମଜବୂତ କରିବା ଓ ୨୦୨୪ ନିର୍ବାଚନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହେବ ।
ସେହିପରି ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏହି ଶିବିର ଅଗଷ୍ଟ ମାସରେ ପୁରୀରେ ନିର୍ଧାରିତ ଥିଲା । ହେଲେ ବନ୍ୟା କାରଣରୁ ଏହାକୁ ସ୍ଥଗିତ କରି ଦିଆ ଯାଇଥିଲା ।
ସେହିପରି ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଆଗାମୀ ୫ ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଦଳୀୟ ରଣନୀତି ନେଇ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ ଏବଂ ପଦାଧିକାରୀଙ୍କ ସହ ଆଲୋଚନା କରିବେ ।