
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ହକିର ଯାଦୁଗର ମେଜର୍ ଧାନଚାନ୍ଦଙ୍କ ଜନ୍ମ ଦିନକୁ ଆଜି ଦେଶ କ୍ରୀଡା ଦିବସ ଭାବେ ପାଳନ କରୁଛି |ଏହି ଅବସରରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଶ୍ରୀମନ୍ଦିର ସମ୍ମୁଖ ରୁ ଏକ ଶୋଭାଯାତ୍ରା ବାହାରି ମୁକ୍ତାକାଶ ରଙ୍ଗ ମଞ୍ଚ ନିକଟରେ ପହଞ୍ଚିଥିଲା ଏବଂ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ , ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ, ରାଜ୍ୟ ମୁଷ୍ଟିଯୁଦ୍ଧ ସଂଘ ଉପ ସଭାପତି ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।