ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୭,୫୯୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ସେହିପରି ୯,୨୦୬ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୪.୫୮ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୩୮ ଲକ୍ଷ ୨ ହଜାର ୯୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪,୯୩୧ ରହିଛି । ଆଜି ସୁଦ୍ଧା ୫୨୭୭୯୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବର୍ତମାନ ସୁଦ୍ଧା ଦେଶରେ ୨୧୧. ୯୧ କୋଟି (୨,୧୧,୯୧,୦୫,୭୩୮) ଟୀକାକରଣ କରାଯାଇଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୧,୬୫,୭୫୧ ନମୂନା ପରୀକ୍ଷଣ
ନୂଆଦିଲ୍ଲୀ,ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୧,୬୫,୭୫୧ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୮,୫୨,୦୮,୫୫୨ ନମୂନାର ପରୀକ୍ଷଣ କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ସୂଚନା ଦିଆଯାଇଛି ।