ଭୁବନେଶ୍ଵର, ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥିତି ଠାରୁ ଉତରରେ ହିମାଳୟ ପାଦଦେଶ ନିକଟରେ ଅବସ୍ଥାନ କରୁଛି । ପ୍ରଭାବରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଦୁର୍ବଳ ମୌସୁମୀ ପ୍ରଭାବରେ ଆଜି ରାଜ୍ୟରେ ୭ ସହରରେ ଦିନ ତାପମାତ୍ରା ୩୫ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ୩୬ ଡ଼ିଗ୍ରୀ ତାପମାତ୍ରା ସହ ମାଲକାନଗିରି ରହିଛି ଉତପ୍ତ ସହର । ସେହିପରି ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୁଳ ଓଡ଼ିଶାରେ ଅନୁଭୂତ ହେଉଛି ଗୁଳୁଗୁଳି । ଦୁର୍ବଳ ମୌସୁମୀ ଯୋଗୁ ଆହୁରି ୪ ରୁ ୫ ଦିନ ରାଜ୍ୟରେ କାଁ ଭାଁ ବିକ୍ଷିପ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ।
Related Stories
November 22, 2024