ଭୁବନେଶ୍ୱର, “ଜଳ ବଞ୍ଚାନ୍ତୁ, ପ୍ରତ୍ୟେକ ବୃନ୍ଦା ଗୁରୁତ୍ୱପୂର୍ଣ୍ଣ” ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପିଢ଼ି ପାଇଁ ପ୍ରତ୍ୟେକ ଜଳ ବିନ୍ଦୁ ଆମ ପାଇଁ ମୂଲ୍ୟବାନ । ଏଥି ପାଇଁ ସମସ୍ତଙ୍କୁ ଜଳ ସଂରକ୍ଷଣ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି । ଅଧ୍ୟକ୍ଷ ଡ଼ଃ ବିପିନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ, ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର, ରାଜ୍ୟ ଖଦି ବୋର୍ଡର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶୋରୀ ପାଇକରାୟ, ମାଇଥନ ପାୱାର ଲିମିଟେଡ଼ର ବରିଷ୍ଠ ଅଧିକାରୀ ସନ୍ଦୀପ ଖେଡ଼ୱାଲ, ସୁରେଶ ଚୌଧୁରୀ, ବ୍ରହ୍ମକୁମାରୀ ଅପୂର୍ଣ୍ଣା ଭଉଣୀ, ରବୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଜଳ ସଂରକ୍ଷଣ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଇଂ ବିପିନ ବିହାରୀ ନାୟକ, ପରିବେଶ ବିଜ୍ଞାନୀ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଡ଼ ଲିଙ୍ଗରାଜ ସାହୁ, ଡ଼ ପ୍ରମୋଦ କୁମାର ପଣ୍ଡା, ଗ୍ରୀନ୍ ୱାଲର୍ଡ କପୋକ ସଂସ୍ଥା ଆଦି ବହୁ ବ୍ୟକ୍ତି ଓ ଅନୁଷ୍ଠାନକୁ ପରିବେଶ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ମିଳନ କୁମାର ପ୍ରଧାନ, ବାଳକୃଷ୍ଣ ରାଉତ, ଦିବ୍ୟଜୋତି ସାହୁ, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଏହାକୁ ଡ଼ ମୃତୁଞ୍ଜୟ ରଥ ସଂଯୋଜନା କରିଥିଲେ।
Related Stories
November 24, 2024
November 24, 2024