
ଭଦ୍ରକ – ଆମ ଦେଶର ମନ୍ଦିର ଭଳି ପବିିତ୍ର ସଂସଦ ଭବନରେ ସମ୍ବିଧାନର ମୂର୍ିମନ୍ତ ପ୍ରତୀକ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ି ପ୍ରତିଷ୍ଠା କରାଗଲା। ଏବଂ ସମ୍ବିଧାନକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବାର ଦାୟିତ୍ବ ସାଂସଦମାନଙ୍କର। କିନ୍ତୁ ଆଜି ସମଗ୍ର ଭାରତବର୍ଷରେ ସାମ୍ବିଧାନିକ ବ୍ୟବସ୍ଥାରେ ଅବକ୍ଷୟ ଘଟୁଥିବାରୁ ଏହାର ସୁରକ୍ଷା ତଥା ସମ୍ବିଧାନ ସମ୍ମତ ଗଣତନ୍ରର ରକ୍ଷା ଦିଗରେ ଏବେ ଏକ ଶକ୍ତିଶାଳୀ ଆନ୍ଦୋଳନର ଆବଶ୍ୟକତା ରହିଛି। ଏଣୁ ଏ ଦିଗରେ ଏକ ବୃହତ୍ ଜନମତ ସୃଷ୍ଟି କରିବା ଆବଶ୍ୟକ ବୋଲି ଆଜି ଭଦ୍ରକର ସଂସ୍କୃତି ଭବନରେ ଆୟୋଜିତ ବହୁଜନ ବୁଦ୍ଧିଜୀବୀ ସଂଗଠନର ଆଲୋଚନା ଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ବହୁଜନ ବୁଦ୍ଧିଜୀବୀ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ବକ୍ତାମାନେ ସମାଜର ନିସ୍ପେସିତ ଓ ଅବହେଳିତ ଲୋକମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥାର ଠିକଣା ରାସ୍ତାରେ ନେବାପାଇଁ ବୁଦ୍ଧିଜୀବୀମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ବିଶେଷକରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ବାବା ସାହେବ ଆମ୍ବେଦକରଙ୍କ କୃତୀ ଓ କୃତିତ୍ବ ବହୁଳ ମାତ୍ରାରେ ଉପସ୍ଥାପନ କରାଗଲେ, ଭାରତୀୟ ଗଣତାନ୍ରିକ ମୂଲ୍ୟବୋଧ ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ଏଥିରେ ମତ ପ୍ରକାଶ ପାଇଥିଲା। ସମ୍ବିଧାନ କାର୍ଯ୍ୟକାରୀ ହେବାର ୬୯ ବର୍ଷ ପରେ ବି ଦଳିତ ବହୁଜନ ସମାଜ ମୁଖ୍ୟସ୍ରୋତରେ ହୋଇପାରିନାହó। ଏଥିନେଇ ଆଜିର ଏହି ସମ୍ମିଳନୀରେ ଉପସ୍ଥିତ ବୁଦ୍ଧିଜୀବୀମାନେ ଏହାର କାରଣ ଓ ନିରାକାରଣ ସଂପର୍କରେ ତା୍ବିକ ବିଶ୍ଳେଷଣ କରିଥିଲେ। ବହୁଜନ ବୁଦ୍ଧିଜୀବୀ ସଂଗଠନର ଆବାହକ ଅଗଣି ଚରଣ େଯନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଅଭିରାମ ମଲ୍ଲିକ ଓ ସମ୍ମାନିତ ବକ୍ତା ଭାବେ ଆର. ଶ୍ରୀନିବାସ ରାଓ େଯାଗଦେଇଥିବାବେଳେ ରାଜ୍ୟ ବହୁଜନ ସଂଗଠନର କାର୍ଯ୍ୟକାରିଣୀ ସଭ୍ୟ ବଳରାମ ମଲ୍ଲିକ ଅନ୍ୟତମ ବକ୍ତାଭାବେ ଅଂଶଗ୍ରହଣ କରିଥିଲେ। ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରଫେସର କ୍ଷୀରୋଦ ଚନ୍ଦ୍ର ସାମଲ, ଅଧ୍ଯାପକ ନାସିର ବକ୍ସ ପ୍ରମୁଖ ସମ୍ମାନିତ ଅତିଥି ଭାବେ େଯାଗଦେଇ ବାବା ସାହେବଙ୍କ ରଚିତ ସମ୍ବିଧାନ ଓ ଏହାର କାର୍ଯ୍ୟକାରିତା ଉପରେ ବିଶ୍ଳେଷାମôକ ବକ୍ତବ୍ୟ ରଖôଥିଲେ। ଜିଲାର ପ୍ରତ୍ୟେକ ବ୍ଲକ୍ରୁ ଆସିଥିବା ପ୍ରତିନିଧିମାନେ ମଧ୍ଯ ନିଜ ନିଜର ଅଭିପ୍ରାୟ ଜଣାଇଥିଲେ। ପ୍ରାରମ୍ଭରେ ସଂଗଠନ ପକ୍ଷରୁ ମନୋଜ କୁମାର େଯନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସମାଜସେବୀ ଆମ୍ବେଦକରବାଦୀ କହ୍ନେଇ ଦାସଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବଦ୍ର୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ବିଭିନ୍ନ ବ୍ଲକ୍ରୁ ଶତାଧିକ ବୁଦ୍ଧିଜୀବୀ େଯାଗ ଦେଇଥିଲେ। ଶେଷରେ ଆଇନ୍ଜୀବୀ ଅଖôଳ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।