ଗଞ୍ଜାମ, ବୈଷୟିକ ଜ୍ଞାନର ଉପଯୋଗ କରି ଉନ୍ନତ ସେବା ପ୍ରଦାନ ପାଇଁ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଚଂଳ ରେଞ୍ଜ ଫାୟାର ଅଫିସ୍ ପାଇଛି ଇଂଟରନେସନାଲ ଅର୍ଗାନାଇଜେସନ ଫର ଷ୍ଟାଣ୍ଡାର୍ଡାଇଜେସନ (ଆଇଏସଓ) ୯୦୦୧, ୨୦.୧୫ ସାର୍ଟିଫିକେଟ । ଦକ୍ଷିଣାଚଂଳ ରେଞ୍ଜ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର ଓ ବୌଦ୍ଧ ଜିଲ୍ଲା ଅଗ୍ନିଶମ କେନ୍ଦ୍ରକୁ ମଧ୍ୟ ଏହି ସାର୍ଟିଫିକେଟ ମିଳିଛି । ଆଇଏସଓର ପ୍ରମାଣପତ୍ର ଅବଧି ଅଗଷ୍ଟ ୨୫ ପର୍ଯ୍ୟନ୍ତ ରହିଛି । ରାଜ୍ୟ ସରକାରଙ୍କ ଫାଇଭ-ଟି ଉପକ୍ରମ ଅନ୍ତର୍ଗତ ଅଗ୍ନିଶମ ବିଭାଗ ସମୟ ନିର୍ଦ୍ଧାରିତ ସେବା ଯୋଗାଇ ଏହି ପ୍ରମାଣପତ୍ର ହାସଲ କରିଛି । ଦକ୍ଷିଣାଚଂଳ ରେଞ୍ଜ୍ ଅଧିନ ଅନ୍ୟ ଅଗ୍ନିଶମ କେନ୍ଦ୍ର ଗୁଡିକ ମଧ୍ୟ ଏହି ପ୍ରମାଣପତ୍ର ପାଇବା ଦିଗରେ ଉଦ୍ୟମ କରାଯିବ ବୋଲି ରେଞ୍ଜ୍ ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ କହିଛନ୍ତି ।
Related Stories
November 22, 2024