ବଲାଙ୍ଗିର, ବଲାଙ୍ଗୀର ମାରୱାଡି ଯୁବା ମଂଚ ବଲାଙ୍ଗୀର ଶାଖା ପକ୍ଷରୁ ଆଜି ସକାଳେ ସହରରେ ଏକ ସାଇକେଲ ରେଲି ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଧାଁ ଦୌଡ ଦୁନିଆରେ ଶରୀରକୁ ଫିଟ୍ ରଖିବା ଓ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ସାଇକେଲିଂ କରିବା ଆବଶ୍ୟକ ଅଟେ । ‘ସ୍ଵାସ୍ଥ୍ୟ ହିଁ ସଂପଦ’ ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଂଚାଇବାର ଲକ୍ଷ ନେଇ ମାରୱାଡି ଯୁବା ମଂଚ ପକ୍ଷରୁ ଏହି ସାଇକେଲ ରେଲି ଆୟୋଜିତ ହୋଇଛି ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିରେ ମାରୱାଡି ସମାଜର ବହୁ ସ୍ଵେଚ୍ଛାସେବୀ ଓ ସଦସ୍ୟ ମାନେ ମାନେ ଯୋଗଦେଇ ସାଇକେଲ ରେଲିରେ ସହର ପରିକ୍ରମା କରିଥିଲେ । ଏହି ସାଇକେଲ ରେଲି ଗାନ୍ଧି ନଗର ପଡା ଷ୍ଟେଡିିୟମରୁ ଆରମ୍ଭ ହୋଇ ବଲାଙ୍ଗୀର ସହରର ମଧ୍ୟରେ ୯ କିଲୋମିଟର ଅତିକ୍ରମ କରିଥିଲା । ଆଜି ସାରା ଭାରତରେ ମାରୱାଡି ଯୁବା ମଂଚର ମୋଟ ୪୫ଠ ଶାଖା ଏହିପରି ସାଇକେଲ ରେଲିର ଆୟୋଜନ କରାଯାଇଥିବା ମାରୱାଡି ଯୁବା ମଂଚର ମୁକେଶ ଅଗ୍ରୱାଲ ସୂଚନା ଦେଇଛନ୍ତି ।