
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସର୍ବାଧିକ ୮୫.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ୮୫.୦, ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ୮୦.୦, ଭଦ୍ରକ ଜିଲ୍ଲାର ଭଦ୍ରକରେ ୭୪.୦, ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୬୪.୦, ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ୫୫.୦, ଯାଜପୁର ଜିଲ୍ଲାର ଯାଜପୁରରେ ୪୭.୬, କନ୍ଧମାଳ ଜିଲ୍ଲାର ଟିକାବାଲିରେ ୪୬.୦, ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୪୫.୪, ଯାଜପୁର ଜିଲ୍ଲାର ଯାଜପୁରରେ ୩୮.୦, ପୁରୀ ଜିଲ୍ଲାର ପିପିଲରେ ୩୮.୦ ଏବଂ ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୩୭.୧ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।