କନ୍ଧମାଳ, ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ ଘଟଣାରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ମୃତ ଏସ୍ଆଇଙ୍କ ମା ଓ ଭାଇ। ଗତକାଲି ବିଳମ୍ବିତ ରାତିରେ ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଥିଲେ ମୃତ ଏସ୍ଆଇଙ୍କ ମା । ଏହି ଥାନାରେ ମୋ ଝିଅ ଆଠ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲା । କାର୍ଯ୍ୟରେ ଯୋଗଦେବା ଦିନଠାରୁ ରିତିମତ ଥାନା ଅଧିକାରୀ ରେବତୀ ଶବର ସ୍ଵାଗତିକାଙ୍କୁ ମାନସିକ ଚାପ ପକାଇବା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମୃତ ଏସ୍ଆଇଙ୍କ ମା ଓ ଭାଇ । ସେପଟେ ମୋତେ ଏ ବିଷୟରେ ସ୍ଵାଗତିକା କେବେ ଅଭିଯୋଗ କରିନାହାନ୍ତି । ସ୍ଵାଗତିକାଙ୍କ ମା ଥାନା ଅଧିକାରୀ ରେବତୀ ଶବରଙ୍କ ନାମରେ ଏତଲା ଦେଇଛନ୍ତି । ଆମେ ତଦନ୍ତ ଜାରି ରଖିଛୁ ବୋଲି କହିଛନ୍ତି ଘୁ.ଉଦୟଗିରି ଏସଡିପିଓ ବି.ତିରୁପତି ରାଓ ପଟ୍ଟନାୟକ । ଆଜି ଘୁ.ଉଦୟଗିରିରେ ବର୍ଷା ଲାଗି ରହିଥିବା ସତ୍ତ୍ବେ ଥାନା ଅଧିକାରୀ ରେବତୀ ଶବରଙ୍କ ଗିରଫ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଥାନା ସମ୍ମୁଖରେ ବର୍ଷାରେ ଭିଜି ଧାରଣାରେ ବସିଛନ୍ତି ମୃତ ମହିଳା ଏସ୍ଆଇଙ୍କ ମା ଓ ଭାଇ । ଘଟଣାସ୍ଥଳରେ ଘୁ.ଉଦୟଗିରି ତହସିଲଦାର ସୁଭ୍ରାଞ୍ଜଳୀ ପ୍ରଧାନ, ଡିଏସପି ବି.ଏମ୍.ହରପଲ୍, ସ୍ଥାନୀୟ ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ସବୁଠୁ ବଡ଼ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ଯେ, ଏସ୍ଆଇଙ୍କ ମୃତ୍ୟୁ ଖବର ପାଇବା ପରେ ଥାନା ଅଧିକାରୀ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବ ଉଦ୍ଧାର କଲେ । ଏହି କଥାକୁ ପରିବାର ଲୋକେ ମଧ୍ୟ ବାରମ୍ବାର ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଶବ ବ୍ୟବଚ୍ଛେଦ କରିବାକୁ ଦେବୁନାହିଁ କିମ୍ବା ଏଠାରୁ ଶବ ନେବୁ ନାହିଁ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଅଡ଼ି ବସିଛନ୍ତି ପରିବାର ଲୋକେ ।