
ଜୟପୁର, ବୋରିଗୁମ୍ମା – କୋଟପାଡ଼ ୬୩ ନମ୍ବର ଜାତୀୟ ରାଜପଥ ବଣ୍ଡାଗୁଡା ନିକଟରେ ଅଜଣା ଗାଡି ଧକାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତି କରାଯାଇଛି। ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଏବଂ ଗୁରୁତରଙ୍କ ପରିଚୟ ଜଣାପଡିନାହିଁ। ତାଙ୍କର ବାଇକ ନମ୍ବର ଛତିଶଗଡ଼ ପଞ୍ଜିକରଣ ନମ୍ବର ଥିବାରୁ ଉଭୟ ଛତିଶଗଡ଼ର ବୋଲି ସନ୍ଦେହ କରାଯାଇଛି। ଉଭୟେ ଏକ ବାଇକ ଯୋଗେ ବୋରିଗୁମ୍ମା ଠାରୁ କୋଟପାଡ ଅଭିମୁଖେ ଯାଉଥିବା ବେଳେ ତାଙ୍କ ଏକ ଅଜଣା ଗାଡି ଧକା ଦେଇ ଚମ୍ପଟ ମାରିଛି। କେଉଁ ଗାଡି ଏମାନଙ୍କ ବାଇକକୁ ଧକା ଦେଇଛି ତାହା ଜଣାପଡିନି।