ଭଦ୍ରକ – ନିକଟରେ ଅଶେଷ କ୍ଷୟକ୍ଷତି କରିଥିବା ବୁଲ୍ବୁଲ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଂଚଳରେ ପ୍ରଭୃତ କ୍ଷୟକ୍ଷତି ହୋଇଥିବାବେଳେ ଜିଲାର ଅନ୍ୟ ବ୍ଲକ୍ଗୁଡିକ ମଧ୍ଯ ଏଥିରୁ ବାଦ ଯାଇନାହାଁନ୍ତି। ବିଶେଷକରି ଖରିଫ ଫସଲ ଓ ପରିବା ଚାଷକୁ ବୁଲ୍ବୁଲ୍ ଅଧିକ ପ୍ରଭାବିତ କରିଛି। ଇତିମଧ୍ଯରେ ସରକାରଙ୍କ ପକ୍ଷରୁ ବୁଲ୍ବୁଲ୍ର କ୍ଷୟକ୍ଷତିର କ୍ଷତିପୂରଣ ନିମନ୍ତେ ଚାଷୀମାନେ ସେମାନଙ୍କର ଆବେଦନ ଫର୍ମ ପକାଇବା ଓ ସରକାରୀ ଆକଳନର ଶେଷ ତାରିଖ ୧୮ (ଆସନ୍ତାକାଲି) ଥିବାବେଳେ ଅଦ୍ୟାବଧି ବନ୍ତ ବ୍ଲକ୍ ଅଧୀନସ୍ଥ ଗୋବିନ୍ଦପୁର ପଂଚାୟତର ତରାଗୋ ଅଂଚଳରେ କେହି ଜଣେବି କ୍ଷେତ୍ରୀୟ ତଦନ୍ତ ଓ କ୍ଷୟକ୍ଷତି ଆକଳନ ନିମନ୍ତେ ଆସିନଥିବାର ଅଭିେଯାଗ କରିଛନ୍ତି ସ୍ଥାନୀୟ ଅଂଚଳର ପ୍ରଶାନ୍ତ ଖଟୁଆ, ବିନୋଦ ସ୍ବାଇଁ, ଭଗବାନ ଖଟୁଆ, ବାବୁଲି ଜେନା, ଜଡା ବସନ୍ତିଆ, ଅଲେଖ ଖଟୁଆ ଓ ନାଣ୍ଡୁ ବସନ୍ତିଆ ପ୍ରମୁଖ। ସେମାନଙ୍କ ଅଭିେଯାଗ ମୂଳେ ଏପର୍ଯ୍ୟନ୍ତ ଅଧିକାଂଶ ଧାନଜମିରୁ ପାଣି ନଶୁଖôବା କାରଣରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଉକ୍ତ ପଂଚାୟତର ରମେଶ ଚନ୍ଦ୍ର ସାହୁ, ସୂର୍ଯ୍ୟମଣି ସାହୁ ଓ ବୈଷ୍ଣବ ବିଶ୍ବାଳ ପ୍ରମୁଖ ସରକାରୀ କର୍ମଚାରୀଙ୍କୁ ବିକଳରେ ସେମାନଙ୍କ ବିପର୍ଯ୍ୟସ୍ତ ଚାଷଜମିର ମଝିରେ ନାଳ କରି କିଭଳି ଜଳ ନିଷ୍କାସନ ଉଦ୍ୟମ ଜାରି ରଖôଛନ୍ତି, ତାହା ସରକାରୀ କର୍ମଚାରୀଙ୍କୁ ବିକଳ ହୋଇ ଦେଖାଇଛନ୍ତି। ତେବେ ବୁଲ୍ବୁଲ୍ ଭଳି ଏକ ସମ୍ବେଦନଶୀଳ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗରେ ପ୍ରଶାସନିକ ତପôରତାରେ କୌଣସି ପ୍ରକାର ପାତର ଅନ୍ତର ହେବା ଉଚିତ୍ ନୁହେଁ ବୋଲି ଚାଷୀ ମହଲରେ ଦାବି ହୋଇଛି। ଏବଂ କେନ୍ଦୁଆପଦା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବହୁ ସମୟରେ ବନ୍ଦ ରହୁଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।