ଜୟପୁର, ଜୟପୁର ଉପଖଣ୍ଡ ଅମଲା ସଂଘର କାର୍ଯ୍ୟ ନିର୍ବାହୀ ସଦସ୍ୟଙ୍କ ସମ୍ପ୍ରସାରଣ ନିମନ୍ତେ ନିର୍ବାଚନ ଓ ଚୟନ ନେଇ ସଭାପତିଙ୍କ ସୂଚନା। ଜୟପୁରରେ ଆଜି ଜୟପୁର କର୍ମଚାରୀ ଭବନ ଠାରେ ଜୟପୁର ଉପଖଣ୍ଡ ଅମଲା ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୟପୁର ଉପଖଣ୍ଡ ଅମଲା ସଂଘ ସଭାପତି ଶ୍ରୀ ଶଶି ଭୂଷଣ ଦାଶ, ଅମଲା ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ସମ୍ପ୍ରସାରଣ ନେଇ ନିର୍ବାଚନ ଓ ଚୟନ ନିମନ୍ତେ ଆସନ୍ତା ୧୮.୦୯.୨୦୨୨ ରିଖ ଦିନ ଧାର୍ଯ୍ୟ ହେବା ନିମନ୍ତେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଉକ୍ତ ବୈଠକରେ ଜୟପୁର ଉପଖଣ୍ଡ ଉପ ସଭାପତି ବିଜୟ କୁମାର ମହାପାତ୍ର, କୋରାପୁଟ ଜିଲ୍ଲା ଅମଲା ସଂଘ କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ଆଜିକାର ବୈଠକର ସଭାପତି ତଥା ବିଭାଗୀୟ ଅଧିକାରୀ ବାଣିଜ୍ୟ କର ବିଭାଗ ଜୟପୁର, ବିଭାଗୀୟ ଅଧିକାରୀ ବୈପାରିଗୁଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁଦର୍ଶନ ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ଦିପକ କୁମାର ଷଡଙ୍ଗୀ ତଥା ଅମଲା ସଂଘ ସଦସ୍ୟ ଶଶି ଭୂଷଣ ଦଳେଇ ସମସ୍ତେ ନିଜ ନିଜର ଅଭି ଭାଷଣ ରଖିଥିଲେ।