
ଜୟପୁର, କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ କୁନା ମାଝୀ ବୋଲି ଜଣାପଡିଥିବା ବେଳେ ଗାନ୍ଧୀ ଛକ ନିକଟରେ ତାଙ୍କ ଘର । ଆଜି ସକାଳେ କିଛି ସ୍ଥାନୀୟ ଲୋକେ ପୋଖରୀ ଗାଧୋଇବା ସମୟରେ ଶବଟି ପାଣିରେ ଭାସୁଥିବା ଦେଖି କୋଟପାଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଓଡ୍ରାଫ ଟିମ ସହ ସେଠାରେ ପହଞ୍ଚି ଥିଲେ। ପାଣିରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ମୃତ ଯୁବକ ଜଣକ କାଉନସିଲର କୁଲୁ ମାଝୀଙ୍କ ଭାଇ ଅଟନ୍ତି।