ରାଉରକେଲା, ନିକଟରେ ଦୁଇଜଣ ଛାତ୍ରୀଙ୍କ ସାର୍ଟିଫିକେଟ ମାର୍କସିଟ ଦେବା ଲାଗି ସୁନ୍ଦରଗଡ ଜିଲ୍ଲାର କୁମଝରିଆ ବିଦ୍ୟାଳୟର ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ସଂଜୟ ସାମଲ ସଂପୃକ୍ତ ଅଭିଭାବକଙ୍କ ଠାରୁ ୧୨ ହଜାର ଟଙ୍କା ଲାଂଚନେଇ ଗିରଫ ହେବା ପରେ ତାଙ୍କୁ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ସେପ୍ଟେମ୍ବର ୮ତାରିଖ ଯାଏ ବିଚାର ବିଭାଗ ହାଜକୁ ପଠାଇ ଦେଇଛନ୍ତି।
ସେପଟେ ବିଦ୍ୟାଳୟର ଛାତ୍ର ଚାତ୍ରୀ ମାନଙ୍କୁ କେହି ଏକଯୁଟ କରି ରାସ୍ତାରେ ବାସାଇ ତାଙ୍କ ସାରଙ୍କୁ ଛାଡି ଦେବା ଲାଗି ଦାବି କରିବା ଘଟଣା ମାମଲାର ଦିଗ ଓ ସଂପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତମାନ ଜାଣିବା ଶୁଣିବା ମହଲରେ ପ୍ରଶ୍ନ ହେଉଛି ଏ ସଂଜୟ ସାମଲ ଜଣେ ଲେବୁଲ -୫ର ଶିକ୍ଷକ ହୋଇଥିବା ବେଳେ ଉଭୟ ହାଇସ୍କୁଲ ପ୍ରାଇମେରୀ ସ୍କୁଲ ସହ ଆବାସିକ ଛାତ୍ରାବାସର ଦାୟିତ୍ଵରେ ତାଙ୍କୁ ଦିର୍ଘ ବର୍ଷ ବର୍ଷ ଧରି ରଖିଛି କିଏ? କାହା ଆର୍ଶିବାଦରେ ଏହି ଶିକ୍ଷକ ଜଣକ ଏତେ ବର୍ଷ ଧରି ଏହି ସ୍କୁଲରେ ସରକାରୀ ଡ୍ୟୁଟି ଚାର୍ଟକୁ ଅବମାନନା କରି ସେଠି ମେରୀ ରାୟ ଶାସନ ଚଳାଇଥିଲେ ? ଜିଲ୍ଲାରେ ଏହିଭଳି ଅନେକ ବିଦ୍ୟାଳୟରେ ଏହିଭଳି ବିନା ପ୍ରଧାନଶିକ୍ଷକରେ କାମ ଚଳାଇବା ପଛରେ କେଉଁ ବାବୁ ଫାଇଦା ପାଉଛନ୍ତି ବୋଲି ପ୍ରଶ୍ନ ହେଉଛି । ସେଦିନ ଅଭିଭାବକ ମହାଦେବ ଲାକ୍ରା ନିଜର ବଡ ଝିଅର ୨୦୨୧ ରୁ ପଡି ରହିଥିବା ବୋର୍ଡ ସାର୍ଟିଫିକେଟ ଓ ସାନ ଝିଅର ଉଭୟ ସାର୍ଟିଫିକେଟ ଓ ମାର୍କସିଟ ଲାଗି ଯାଇଥିଲେ, କାରଣ ତାଙ୍କୁ ଆଗରୁ କୁହାଯାଇଥିଲା ୧୨ ହଜାର ଦେଲେ ସାର୍ଟିଫିକେଟ ମିଳିବ, ତେବେ ଭିଜିଲାନ୍ସର ରଂଗବୋଳା ଟଙ୍କା ଶ୍ରୀ ସାମଲ ପାଇ ତୁରନ୍ତ ସେ ଟଙ୍କାକୁ ପକେଟରେ ପୁରାଇବା ପରେ ଜଣେ ଇଲେକ୍ଟ୍ରିକାଲ ମେକାନିକ ଓ ଜଣେ ମଇଳା ଉଠା ଗାଡିବାଲାଙ୍କୁ ସେ ଟଙ୍କା ଦେଇ ଦେଇଥିଲେ। ଭିଜିଲାନ୍ସ ନାନା ପଚରା ଉଚରା ପରେ ସେମାନଙ୍କ ଠାରୁ ସେ ଟଙ୍କା ଆଦାୟ କରିବା ସହ ଶ୍ରୀ ସାମଲଙ୍କ ହାତରୁ ରଙ୍ଗବୋଳା କେମିକାଲ ରିଆକସନ ବାହାରିଥିଲା । ବର୍ତମାନ ଶ୍ରୀ ସାମଲ ଜଣେ ଭଲ ଲୋକ ସେ ଏଭଳି କରିନଥିବେ ବୋଲି କୁହାଯାଉଛି, ତେବେ ସରକାରଙ୍କ ଡ୍ୟୁଟି ଚାର୍ଟ ବାହାରେ ଯାଇ ସେଠି ପିଲା ମାନଙ୍କୁ ଟ୍ୟୁସନ କରିବା, ହଷ୍ଟେଲ କାପାସିଟିରୁ ଅଧିକ ପିଲା ରଖିବା ଲାଗି ତାଙ୍କୁ କେଉଁ ସୂତ୍ରରୁ ଅନୁମତି ମିଳିଥିଲା ବୋଲି ପ୍ରଶ୍ନ ହେଉଛି । ସେହିଭଳି ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାରମ୍ବାର କରି ବହୁ ଅର୍ଥ ସାଧନ କରିବା ବେଳେ ସେଥିରେ କେଉଁ ମାନଙ୍କର ସହଯୋଗ ଥିଲା ବୋଲି ପ୍ରଶ୍ନ ହେଉଛି । ଏନେଇ କଳ କାରଖାନା ଆଦିରୁ ସହଯୋଗ ନିଆଯାଉଥିଲା କି? ଯଦି ହଁ ତେବେ ସେନେଇ କାଗଜ ପତ୍ର କିଛି କରାଯାଇଛିକି ନାହିଁ, ତାକୁ ଭିଜିଲାନ୍ସ ଯାଂଚ କରିବା ଆବଶ୍ୟକ । ସେହିପରି ରାଜନେତା ମାନଙ୍କର ସେ ବିଦ୍ୟାଳୟରେ ସବୁବେଳେ ଭିଡ ଲାଗିରହିବା ବିଷୟ ମଧ୍ୟ ତଦନ୍ତ ସପେକ୍ଷ।
ରାଉରକେଲା ଡିଭିଜନ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକ କହିଛନ୍ତି ଯେ, ଯାଂଚ ବେଳେ ତାଙ୍କ ପାଖରୁ ଏକ ଇନୋଭା ଗାଡି, ଜୀବନ ବୀମା କାଗଜପତ୍ର ବାହାରିଛି। ବ୍ୟାଙ୍କ ଆକାଉଁଟ, ଘର, ଜାଗା ବିଷୟରେ ତଦନ୍ତ ଚାଲିଛି ।