କୁମ୍ଭାରପଡା ମହିଳା ମହାସଂଘ ୱାର୍ଡ ନଂ ୨୨ ପକ୍ଷରୁ ସ୍ଥାନୀୟ କୁମ୍ଭାରପଡା ବଡ଼ ଜାଗାରେ ଶନିବାର ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଡାକ୍ତର ,ପ୍ରିୟଙ୍କା ରାଉତ , ଜ୍ୟୋତିଶ୍ରୀ ଜେନା, ମିତାଲି ରାଉତ, ମାନସୀ ମହାପାତ୍ର, ମମତା ମିଶ୍ର, ଯୋଗଦେଇ ୩୪୫ ଜଣଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ମୋତିଆବିନ୍ଦୁ ରୋଗୀଙ୍କ ସମେତ ଚକ୍ଷୁ ସମସ୍ୟା ଥିବା ଛାତ୍ରଛାତ୍ରୀଙ୍କୁ ଚଷମା ଯୋଗାଇ ଦିଆଯାଇଛି ।
ଶିବିରରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ମୁଷ୍ଟିଯୁଦ୍ଧ ସଂଘର ଉପସଭାପତି ସୁଦର୍ଶନ ସାହୁ ଯୋଗ ଦେଇଥିଲେ। ମହିଳା ସଂଘ ସଭାପତି ନମିତା ମିଶ୍ର,ସମ୍ପାଦିକା ମାମିନା ସିଂହ୍ନା , ଜ୍ୟୋତ୍ସ୍ନା ମହାନ୍ତି,ସଂଯୁକ୍ତା ସ୍ୱାଇଁ ,ପୂର୍ଣ୍ଣିମା ସାହୁ, ଭାନୁମତି ସ୍ୱାଇଁ, ସୁଲତନା ବିବି,ମାମି କର, ସଙ୍ଗୀତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Related Stories
November 24, 2024
November 24, 2024