
ରାମକୃଷ୍ଣ ମିଶନ ଆଶ୍ରମ, ପୁରୀ ତରଫରୁ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଆପ୍ତେଶ୍ୱରନନ୍ଦ ମହାରାଜଙ୍କ ନିର୍ଦେଶ ରେ ଓ ସ୍ୱାମୀ ଯୋଗପୂର୍ଣ୍ଣାନନ୍ଦ ମହାରାଜ ଙ୍କ ନେତୃତ୍ୱ ରେ ଓ ସ୍ୱାମୀ କ୍ରିଷ୍ଣାରୂପାନନ୍ଦ ଙ୍କ ପୂର୍ଣ୍ଣସହଯୋଗରେ 22/8/22 ରିଖରେ କଣାସ ବ୍ଲକରେ ଥିବା ବିଭିନ୍ନ ପଂଚାୟତ ର ବନ୍ୟା ପ୍ରପୀଡ଼ିତ ଗ୍ରାମ ମାନଙ୍କରେ ଏକ ପୂର୍ଣ୍ଣାଙ୍ଗ survey ହୋଇଥିଲା 23/8/22ରିଖରେ ଗଡ଼ବଳଭଦ୍ର ପୁର ପଂଚାୟତ ର ମନିଜିପୁର, ଧୂଆଁଳ ଗ୍ରାମରେ 1000 ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରା ଯାଇଥିଲା | 24/8/22ରିଖରେ କେଶର ପୁର ଗ୍ରାମ ମନିଜିପୁର, ଓ ଧୂଆଁ ଳରେ 3000 ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା |
26/8/22 ରିଖରେ ଶୁକ୍ରବାର ରେ ଶୁଖିଲା ଖାଦ୍ୟ ଚୁଡା, ଚିନି, ସୁଜି, ଅଟା ଓ ବିସ୍କୁଟ ଓ 5 kg ର ପାନୀୟ ଜଳ ସାହୁପଡ଼ା ଗ୍ରାମ ପଞ୍ଚାୟତ ର ବନ୍ଧାମୁଣ୍ଡା 590 ପରିବାର, ବେଲତୁଣ୍ଡା ଗ୍ରାମର 170 ପରିବାର ଟାଇଁ ଲୋର 80 ପରିବାର ଚୂପୁରିଙ୍ଗି ଗ୍ରାମ ପଂଚାୟତ ର ପାହିଲୁଣ୍ଡି ଗ୍ରାମର 30ପରିବାର କଉଡ଼ିପୁର ଗ୍ରାମର 20 ପରିବାର ଙ୍କୁ ବଣ୍ଟନ ହୋଇଯାଇଛି | 27/8/22 ରିଖରେ ଗାଦେବଳଭଦ୍ରପୁର ଗ୍ରାମପଂଚାୟତ ର ରକ୍ତପଟା ଗ୍ରାମରେ 200 ପରିବାର ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି | ଏହି ପବିତ୍ର କାର୍ଯ୍ୟକ୍ରମ ରେ managing committee member ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି, ଶ୍ରୀଯୁକ୍ତ ରମେଶ ନାୟକ, ବିଦ୍ୟାଧର ପଟ୍ଟନାୟକ,, ସ୍ବଦେଶ ନରେନ୍ଦ୍ର, ଦୁଷ୍ମନ୍ତ ମଙ୍ଗରାଜ, ସାହୁପଡ଼ା, କଣାସ, ପ୍ରସନ୍ନ ପାଇକରାୟ, ସମ୍ପାଦକ, ଜଗନ୍ନାଥ ସେବା ପ୍ରତିଷ୍ଠାନ, କଣାସ ଭିକାରି ବଳିୟାର ସିଂ ପ୍ରମୁଖ ଓ ପ୍ରତ୍ୟେକ ଗ୍ରାମର ଯୁବକ ଓ ଗ୍ରାମର ମୁଖିଆ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ |