ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଓ ସହକାରୀ ବ୍ଳକ ଶିକ୍ଷାଧିକାରୀ ଅଞ୍ଜନ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଚିତ୍ରକୋଣ୍ଡା ବ୍ଳକ ସ୍ଵାଭିମାନ ଅଞ୍ଚଳର ୫୦ ଜଣ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ନେଇ ବଡ଼ପଦର କ୍ଲଷ୍ଟର ଅନ୍ତର୍ଗତ ବଡ଼ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚାରି ଦିନିଆ ଫଣ୍ଡାମେଟାଲ ଲିଟ୍ରେସି ନୁମେରିକାଲ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ତାଲିମ ଦାତା ଭାବେ ପ୍ରସନ୍ନ କୁମାର ସୁବୁଦ୍ଧି, ଜଚିନ୍ଦ୍ର ସ୍ବାଇଁ ଓ ସୁଧାଂଶୁ ଶେଖର ଖଣ୍ଡୁଆଳ ଯୋଗଦେଇ ଡ୍ରପ ଆଉଟ ପିଲାମାନଙ୍କୁ କିଭଳି ବିଦ୍ୟାଳୟ ଅଭିମୁଖେ ଅଣାଯାଇ ତାଙ୍କୁ ସହଜ ଉପାୟରେ ଶିକ୍ଷାଦାନ ଦିଆଯିବ ସେ ବିଷୟରେ ବୁଝାଇଥିଲେ । ବଡ଼ପଦର ପଞ୍ଚାୟତ ସିଆରସିସି ନୀଳାଦ୍ରି କୁମାର ରାଉତ ସାମନ୍ତ ଶିବିର ପରିଚାଳନା କରିଥିଲେ ।
ଏହି ତାଲିମ ଶିବିରରେ ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ସହଯୋଗ କରିଥିବାରୁ ତାଲିମ ଦାତା ମାନେ ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।