ବଲାଙ୍ଗିର, ଆଗକୁ ପର୍ବାଣୀ ରୁତୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଆଇନ୍ ଶୃଙ୍ଖଳା ରକ୍ଷା ଜନଜୀବନ ସୁରକ୍ଷିତ ରଖିବା ପାଇଁ ପୁଲିସ ବିଭାଗରେ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ବିଭିନ୍ନ ମାମଲରେ ୱାରେଣ୍ଟ ଥିବା ବ୍ୟକ୍ତି ମାନଙ୍କୁ ଧରିବା କାମ ମଧ୍ୟ ଆରମ୍ଭ ହୋଇଯାଇଛି। ମାନ୍ୟବର କଣ୍ଟାବାଞ୍ଜି ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ନିମ୍ନ ଲିଖିତ ବ୍ୟକ୍ତିଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିଲା । ସେହି ଗିରଫ ପରୱାନା ଅନୁସାରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କରେ ୱାରେଣ୍ଟ ଥିବା ବ୍ୟକ୍ତି ମାନଙ୍କ ଘରକୁ କଣ୍ଟାବାଞ୍ଜି ଏସଡିପିଓ ଡକ୍ଟର ହୃଷୀକେଶ ମେହେର, କଣ୍ଟାବାଞ୍ଜି ଥାନାର ଦୁଇ ଅଧିକାରୀ ଇନ୍ସପେକ୍ଟର ବାମଦେବ ସଂଖୁଆଲ ଓ ଇନ୍ସପେକ୍ଟର ଫୁଲ୍ଜେନ୍ସ ଲାକ୍ରାଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରି କଣ୍ଟାବାଞ୍ଜି ଥାନାର ସବ୍ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ, ଅତିରିକ୍ତ ସବ୍ ଇନ୍ସପେକ୍ଟର ମନୋଜ କୁମାର ବିଶି, ଈଶ୍ଵର ଚନ୍ଦ୍ର ମାଝୀ, କନଷ୍ଟେବଳ ବିନାୟକ ସାହୁ, କନଷ୍ଟେବଳ ଚନ୍ଦ୍ର ଶେଖର ବାଗ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ନେ଼ଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ବ୍ୟକ୍ତି ମାନଙ୍କ ଘରକୁ ଯାଇ, ଚଢଉ କରି ନିମ୍ନ ବର୍ଣ୍ଣିତ ବ୍ୟକ୍ତି ମାନଙ୍କୁ ତା ୨୫ ଅଗଷ୍ଟରେ ଗିରଫ କରି ମାନ୍ୟବର କଣ୍ଟାବାଞ୍ଜି ଅଦାଲତରେ କାଲି ତା ୨୬.୦୮.୨୦୨୨ ରିଖ ଦିନ ହାଜର କରାଯାଇଥିଲା । ଏମାନେ ପୂର୍ବରୁ ବିଭିନ୍ନ ଅପରାଧରେ ଜଡିତ ଥାଇ ସ୍ଥାନୀୟ ଅଞ୍ଚଳରୁ ଫେରାର ମାରିଥିଲେ। ସେମାନଙ୍କର ନାମ ଗୁଡିକ ହେଲା ରମେଶ ବଞ୍ଛୋର୍ ବୟସ (୨୫) ପି. ଅଭିରାମ ବଞ୍ଛୋର। ଗ୍ରାମ – କୁଲିଆଦରୋ ଜୀ ଆର୍ କେସ ନମ୍ବର -୨୩/୨୦୧୯, ଜୀ ଆର୍ କେସ ନମ୍ବର ୩୭୪/୨୦୧୬, ମଧୁ ସାହୁ ପି. କୃଷ୍ଣ ସାହୁ ଗ୍ରାମ -ଚାଉଳ ସୁଖା, ଜୀ ଆର୍ କେସ ନମ୍ବର ୧୫୦/୨୦୧୭ ଡିଲେଶ୍ୱେ ବଞ୍ଛୋର୍ ପି. କାର୍ତ୍ତିକ ବଞ୍ଛୋର୍ ଗ୍ରାମ – ଡଙ୍ଗାମରା, ଜୀ ଆର୍ କେସ ନମ୍ବର ୧୫୦/୨୦୧୭ ପର୍ଯୁନ ବଞ୍ଛୋର୍ ପି. କର୍ଣ୍ଣ ବଞ୍ଛୋର୍ ଗ୍ରାମ – ଡଙ୍ଗାମରା, ଜୀ ଆର୍ କେସ ନମ୍ବର ୧୫୦/୨୦୧୭ କାର୍ତ୍ତିକ ବଞ୍ଛୋର୍ ପି. ସ୍ୱ. ବିସର୍ବା ବଞ୍ଛୋର୍ ଗ୍ରାମ – ଡଙ୍ଗାମରା, ଜୀ ଆର୍ କେସ ନମ୍ବର ୧୯୨/୨୦୦୭ ଫତେକ୍ କୁମ୍ଭାର ପି. ମାନସୀ କୁମ୍ଭାର ନି. ୱାର୍ଡ ନମ୍ବର -୬ ନୂଆପଡ଼ା, ଜୀ ଆର୍ କେସ ନମ୍ବର ୧୯୨/୨୦୦୭ ଖୁର୍ଶିଦ୍ ଆଲମ୍ ପି. ଅବ୍ତାବ ଆଲମ ନି. ୱାର୍ଡ ନମ୍ବର -୧ ଧୁବାପଡ, ଜୀ ଆର୍ କେସ ନମ୍ବର ୧୯୨/୨୦୦୭ ମହମ୍ମଦ ହୁସେନ ପି. ଅବ୍ତାବ ଆଲମ ନି. ୱାର୍ଡ ନମ୍ବର -୧ ଧୁବାପଡ, ଆଇ ଆଇ ସି କେସ ନମ୍ବର ୨୨/୨୦୨୨ ଚୈତୁ ଛୁରା ପି. ସ୍ଵ. ଭକ୍ତି ଛୁରା ନି. ସର୍ଗୁଲ, ଜୀ ଆର୍ କେସ ନମ୍ବର ୨୨/୨୦୧୨ ରାଇଧର୍ ମାଝୀ (୬୫) ପି. ଯବନ ମାଝୀ ଗ୍ରାମ- ରେଙ୍ଗାଲି, ଥାନା- କଣ୍ଟାବାଞ୍ଜି, ଜିଲ୍ଲା- ବଲାଙ୍ଗୀର ଅଟେ। ଏହି ସୂଚନା ଏସ୍ ଡି ପିଓ ଡ ହୃଶୀକେଶ ମେହେରଙ୍କ ଠାରୁ ପ୍ରକାଶ |
Related Stories
November 23, 2024