
ଗଂଜାମ, ବାଇଓଫ୍ଳେକ୍ ପଦ୍ଧତି ରେ ମାଛଚାଷ ତାଲିମ ଦେବା ଆଳରେ ଶେରଗଡବ୍ଳକର ନରେନ୍ଦ୍ରପୁର ପଂଚାୟତର ଜଣେ ଠକ ଯୁବକ ଗଂଜାମ ଜିଲା ଏବଂ ଜିଲା ବାହାର ଆଗ୍ରହି ମତ୍ସ୍ୟଚାଷୀଙ୍କୁ ମାଛଚାଷ ସଂପର୍କରେ ତାଲିମ ଦେବାକୁ ଦିନକ ପାଇଁ ଜଣ ପିଛା ଦୁଇ ହଜାର ପାଞ୍ଚ ଶହଟଂକା ଆଦାୟ କରିଛନ୍ତି। ମତ୍ସ୍ୟଚାଷ ପାଇଁ ତାଙ୍କର ତାଲିମ ଦେବାଭଳି କୌଣସି ବିଶେଷ ଦକ୍ଷତା ନଥିବାବେଳେ ଓ ତାଲିମ ଅନୁଷ୍ଠାନ ସରକାରଙ୍କ ଦ୍ଵାରା ଅନୁମୋଦନ ନଥିବାବେଳେଏହି ତାଲିମ ଦେଉଥିବା ଯୁବକ ସରୋଜ କୁମାର ପ୍ରଧାନ କିପରି ଆଗ୍ରହି ମତ୍ସ୍ୟଚାଷୀଙ୍କୁ ବିଭ୍ରାନ୍ତ କରି ହଜାର ହଜାର ଟଂକା ଲୁଟି ନେଇଛନ୍ତି? ଘଟଣା ସଂପର୍କରେ ଗଂଜାମ ଜିଲା ମତ୍ସ୍ୟ ଉନ୍ନୟନ ଅଧିକାରୀ ଓ ହିଂଜିଳିକାଟୁ ଥାନା ଅଧିକାରୀ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।