ବଲାଙ୍ଗିର, ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୧୬ର ବିଭିନ୍ନ ସ୍ଥାନରେ ସିନ୍ଟାକ୍ସ ପାଣି ଟାଙ୍କି ସାଧାରଣ ଜନତାଙ୍କ ପାଇଁ ଲଗାଯାଇଥିଲା । ତେବେ ଏହାକୁ କେହି ଜଣେ ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ବଲାଙ୍ଗିର ଟାଉନଥାନାର ଦ୍ଵାରସ୍ଥ ହୋଇଛନ୍ତି ଏହି ୱାର୍ଡର କାଉନ୍ସିଲର ଶ୍ରୀମତୀ ସନ୍ତୋଷିନୀ କୁଅଁର ।
କାଉନ୍ସିଲର ଶ୍ରୀମତୀ କୁଅଁରଙ୍କ କହିବାନୁସାରେ ୱାର୍ଡର ବିଭିନ୍ନ ସ୍ଥାନରେ ୮ଟି ସିନ୍ଟାକ୍ସ ପାଣି ଟାଙ୍କି ଲଗାଯାଇଥିବା ବେଳେ ଗୋଟିଏ ପାଣିଟାଙ୍କିକୁ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଯାଇଛି । ତେବେ ଏଥିପ୍ରତି ବଲାଙ୍ଗିର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି କାଉନ୍ସିଲର ଶ୍ରୀମତୀ କୁଅଁର । ଥାନାର ଦ୍ଵାରସ୍ଥ ହେବା ସମୟରେ କାଉନ୍ସିଲରଙ୍କ ସମେତ ବଲାଙ୍ଗିର ପୌରପରିଷଦର ପୌରଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଓ ୧୭ ନଂ ୱାର୍ଡର କାଉନସିଲର ଶ୍ରୀମତୀ ପ୍ରତିମା ଛତ୍ରିଆ ଉପସ୍ଥିତ ଥିଲେ ।