ମାଲକାନଗିରି, ମାଲକାନଗିରି ଚିତ୍ରକୋଣ୍ଡା ବ୍ଳକର ୧୮ ଟି ପଞ୍ଚାୟତର ସରପଞ୍ଚ ଏବଂ ବ୍ଲକ ସ୍ତରୀୟ ଲୋକପ୍ରତିନିଧି ଓ କର୍ମକର୍ତାଙ୍କୁ ନେଇ ଶନିବାର ଦିନ ଚିତ୍ରକୋଣ୍ଡା ଡାଲଖାଇ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଉନୟନମୂଳକ କାର୍ଯ୍ୟରେ କୌଣସି ଅସୁବିଧା ହେଲେ ଏବଂ ପ୍ରଶାସନିକ ଅସହଯୋଗ ଦେଖାଦେଲେ ଏହାର ସମାଧାନ କିପରି କରାଯିବ ସେନେଇ ଆଲୋଚନା ହୋଇଥିଲା । ପରେ ସରପଞ୍ଚ ମାନଙ୍କର ସଙ୍ଘ କର୍ମକର୍ତା ନିର୍ବାଚନ ହୋଇଥିଲା। ଏଥିରେ ସଭାପତି ରୂପେ ରାଲେଗଡା ସରପଞ୍ଚ କମଳୁ ହନ୍ତାଳ, ଉପସଭାପତି ଭାବେ ପଣସପୁଟ ପଞ୍ଚାୟତ ସରପଞ୍ଚ ଅର୍ଜୁନ ହନ୍ତାଳ ଓ ଦୋରାଗୁଡା ପଞ୍ଚାୟତ ସରପଞ୍ଚ ଭଗବତୀ ନାୟକ ଓ ସମ୍ପାଦକ ଗୁଣ୍ଠାବାଡ଼ା ପଞ୍ଚାୟତ ସରପଞ୍ଚ ତ୍ରିନାଥ କିର୍ଷାନି ମନୋନୀତ ହୋଇଥିଲେ । ଶେଷରେ ସଭାପତି କମଳୁ ହନ୍ତାଳ ବ୍ଲକର କୈଣସି ପଞ୍ଚାୟତରେ କୌଣସି ସମସ୍ୟା ଦେଖାଦେଲେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ମତ ଦେଇଥିଲେ । ସାମାଜିକ କର୍ମୀ ରଘୁ ଖରା, କୋଟେଶ୍ବର ରାଓ, ଚନ୍ଦନ ସାହୁ, ଅମିତ ଅଗ୍ରୱାଲ ସହଯୋଗ କରିଥିଲେ ।
Related Stories
November 24, 2024