ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ବାଗଢିଆ ଗ୍ରାମରେ ନିଜ ଘରର ଛାତ ଉପରୁ ଖସିପଡି ୬ ବର୍ଷର ଶିଶୁ ଗୁରୁତର ହୋଇଛି। ତାକୁ ଚିକିତ୍ସା ନିମନ୍ତେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଶିଶୁ ଜଣକ ବାଗଢିଆ ଗ୍ରାମର ରିଷି କୁମ୍ଭାର ବୋଲି ଜଣାପଡିଛି । ତେବେ ଶିଶୁ ଜଣକ ଛାତ ଉପରେ ଖେଳୁଥିବା ସମୟରେ ଘରର ଛାତ ଉପରୁ ଖସିପଡିଥିବା ପରିବାର ଲୋକେ କହିଛନ୍ତି ।
Related Stories
November 24, 2024
November 24, 2024